Videos
|
Odisha

କଟକ ଏସ୍‌ସିବି ମେଡିକାଲ ପରିସରରେ ନାହିଁ ଜେରକ୍ସ ପାଇଁ ସୁବିଧା  

Manini Pattanayak
Browse all articles by Manini Pattanayak
·2 years ago·1 min read
କଟକ ଏସ୍‌ସିବି ମେଡିକାଲ ପରିସରରେ ନାହିଁ ଜେରକ୍ସ ପାଇଁ ସୁବିଧା  

 କଟକ: କଟକ ଏସ୍‌ସିବି ମେଡିକାଲ ପରିସରରେ ନାହିଁ ଜେରକ୍ସ ପାଇଁ ସୁବିଧା । ଡାକ୍ତରଖାନାରେ ଅନେକ ସମୟରେ ପ୍ରେସକ୍ରିପସନ ଜେରକ୍ସର ଆବଶ୍ୟକତା ପଡୁଛି । ବାଧ୍ୟ ହୋଇ ମେଡିକାଲ ବାହାରକୁ ଯାଉଛନ୍ତି ରୋଗୀଙ୍କ ସଂପର୍କୀୟ । ଆଉ ସେହି ସମୟରେ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଣ କୌଣସି ଏକ ବିଭାଗରୁ ମେଡିକାଲ ବାହାରକୁ ଆସି ଜେରକ୍ସ କରିବା ପାଇଁ ଅନେକ ସମୟ ଲାଗି ଯାଉଛି । ରକ୍ତନମୁନା ପରୀକ୍ଷା, ସିଟି ସ୍କାନ, ଏକ୍ସରେ, ଅଲଟ୍ରାସାଉଣ୍ଡ ଭଳି ବିଭିନ୍ନ ପରୀକ୍ଷା ପାଇ ଆବଶ୍ୟକ ପଡ଼େ ପ୍ରେସକ୍ରିପସନର ଜେରକ୍ସ । ରୋଗୀଙ୍କ ସମ୍ପର୍କୀୟ ଧାଡିରେ ଛିଡା ହୋଇ ପରୀକ୍ଷା କରାଇବାର କିଛି ସମୟ ପୂର୍ବରୁ ଜେରକ୍ସ ଆବଶ୍ୟକ ଜାଣି ମେଡିକାଲ ବାହାରକୁ ଧାଇଁ ଯାଇଥାଆନ୍ତି ଜେରକ୍ସ କରାଇବା ପାଇଁ ।

ଏନେଇ ଏସ୍‌ସିବି ଅଧୀକ୍ଷକ କହିଛନ୍ତି, ଜେରକ୍ସର ଆବଶ୍ୟକତା ନେଇ ଆମ ପାଖରେ କୋଣସି ଅଭିଯୋଗ ନାହିଁ । ଧୀରେ ଧୀରେ ସମସ୍ତ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି । କୌଣସି ରୋଗୀ ଓ ସମ୍ପର୍କୀୟ ବାହାରକୁ ଜେରକ୍ସ କରିବା ପାଇଁ ଯାଉଥିବା ଏବେ ଯାଏ ଅଭିଯୋଗ କରିନାହାନ୍ତି ।ଏହି ଖବର ଗଣମାଧ୍ୟମ ଠାରୁ ଜାଣିବାକୁ ପାଇଛୁ । ଏ ଦିଗରେ ଆମେ କାମ କରିବୁ ଓ ପଦକ୍ଷେପ ମଧ୍ୟ ନିଆଯିବ |  ବିଶ୍ବସ୍ତରୀୟ ଡାକ୍ତରଖାନା ପାଇଁ ଜେରକ୍ସ ଅବ୍ୟବସ୍ଥା ସାମାନ୍ୟ ହୋଇପାରେ, ମାତ୍ର ରୋଗୀ ଓ ସେମାନଙ୍କ ସଂପର୍କୀୟ ଏଥିପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଦେଖିବାକୁ ବାକି ରହିଲା, କେବେ ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: