SCB Medical Patient Death / SCB ମେଡିକାଲରେ ଚାଞ୍ଚଲ୍ୟ; ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଘଟଣାରେ ନୂଆ ମୋଡ଼
·1 hour ago·2 min read

Key Points
ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ହସପିଟାଲରେ ହତ୍ୟା ଘଟଣାକୁ ନେଇ ବଢୁଛି ସନ୍ଦେହ । କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା ।
କଟକ: ମାନସିକ ରୋଗୀଙ୍କୁ ଏସସିବି ମେଡିକାଲରେ ହତ୍ୟା ଘଟଣାକୁ ନେଇ ବଢୁଛି ତାତି । ସୁରକ୍ଷାକର୍ମୀ ଓ ମେଡିକାଲ କର୍ମଚାରୀମାନେ ମିଶି ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ପରିବାର ଲୋକେ କରିଛନ୍ତି ସଙ୍ଗୀନ ଅଭିଯୋଗ । ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ସ୍ତ୍ରୀ, ଭାଇ ଓ ମା' ।
ସାଇଣ୍ଟିଫିକ୍ ଟିମ ତଦନ୍ତ ଜାରି ରଖିଥିବାବେଳେ ମଙ୍ଗଳାବାଦ ପୋଲିସ CCTV ଫୁଟେଜ୍ ସହ ମେଡିକାଲ ରେକର୍ଡ ଯାଞ୍ଚ କରିଛି । ଡାକ୍ତର, ନର୍ସିଂ ଅଫିସର ଓ ୱାର୍ଡ ଆଟେଣ୍ଡାଣ୍ଟଙ୍କ ସହ ୧୦ ରୁ ଅଧିକ ଲୋକଙ୍କୁ ପଚରାଉଚରା ଜାରି ରହିଛି। କଟକ ଡିସିପିଙ୍କ ତତ୍ତ୍ଵାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଡାକ୍ତର, ନର୍ସିଂ ଅଫିସରଙ୍କ ସହ ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି ।
ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ହସପିଟାଲରେ ହତ୍ୟା ଘଟଣାକୁ ନେଇ ବଢୁଛି ସନ୍ଦେହ । କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା । ରୋଗୀଙ୍କୁ ସୁରକ୍ଷା କର୍ମୀ ଓ ମେଡିକାଲ କର୍ମଚାରୀମାନେ ମିଶି ପିଟିପିଟି ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ହୋଇଛି ସଙ୍ଗୀନ ଅଭିଯୋଗ । ମୃତକ ଜଣକ ହେଲେ ଯାଜପୁର ରସୁଲପୁର ବ୍ଲକ ପହଙ୍ଗା ଗ୍ରାମର ୪୦ ବର୍ଷୀୟ ଶ୍ରୀକାନ୍ତ ଦାସ ।
ଏଥିସହ ପଢ଼ନ୍ତୁ: ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଚାଲିଗଲା ଟ୍ରାକ୍ମ୍ୟାନ୍ଙ୍କ ଜୀବନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୮ରେ ଆଡମିଟ୍, ୩୦ ତାରିଖରେ ମୃତ୍ୟୁ
ଗତ ସେପ୍ଟେମ୍ବର ୨୮ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଏସସିବିର ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨୯ ତାରିଖ ରାତିରେ ସେ ୱାର୍ଡ ବାହାରକୁ ଆସିବା ପରେ, ସେଦିନ ରାତିରେ ଡ୍ୟୁଟିରେ ଥିବା କିଛି ସୁରକ୍ଷା କର୍ମୀ ଓ କର୍ମଚାରୀ ତାଙ୍କୁ ପ୍ଲାଷ୍ଟିକ ପାଇପରେ ନିର୍ଘାତ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।
୩୦ ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ସ୍ତ୍ରୀ, ଭାଇ ଓ ମା' କର୍ତ୍ତୃପକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛି ପୋଲିସ । କଟକ ଡିସିପିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ସହ CCTV ଫୁଟେଜ୍ ଓ ମେଡିକାଲ ରେକର୍ଡ ଜବତ କରିଛି ମଙ୍ଗଳାବାଗ ପୋଲିସ । ଏପରିକି ଡାକ୍ତର, ନର୍ସିଂ ଅଫିସର ଓ ୱାର୍ଡ ଆଟେଣ୍ଡାଣ୍ଟଙ୍କ ସହ ୧୦ରୁ ଅଧିକ ଲୋକଙ୍କୁ ପଚରାଉଚରା ଜାରି ରହିଛି ।
ବର୍ତ୍ତମାନ ପୋଲିସ ମୃତକଙ୍କ ଲିଭର, କିଡନୀ, ହାର୍ଟ ଏବଂ ଭିସେରା ନମୁନା ହିଷ୍ଟୋପାଥୋଲଜିକାଲ ଷ୍ଟଡି ପାଇଁ ଷ୍ଟେଟ ଫରେନ୍ସିକ ଲ୍ୟାବକୁ ପଠାଇଛି । ରିପୋର୍ଟ ଆସିବା ପରେ ହିଁ ସତ୍ୟତା ସାମ୍ନାକୁ ଆସିବ ।

Related Topics
Explore more stories