Videos
|
Odisha

Train Accident / ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଟ୍ରାକ୍‌ମ୍ୟାନ୍‌ଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·53 mins ago·2 min read
ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଟ୍ରାକ୍‌ମ୍ୟାନ୍‌ଙ୍କ ଜୀବନ
Trackman Killed During Railway Track Inspection

Key Points

ଟ୍ରେନ୍ ଟ୍ରାକ୍‌ରେ ପ୍ରାଣ ହରାଇଲେ ଟ୍ରାକମ୍ୟାନ୍ । ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଖଲ୍ଲିକୋଟ ଅଞ୍ଚଳର କେ. ଗୋବିନ୍ଦ ପାତ୍ର ।
ଛତ୍ରପୁର: ଟ୍ରାକ୍ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ । ଟ୍ରେନ୍ ଟ୍ରାକ୍‌ରେ ପ୍ରାଣ ହରାଇଲେ ଟ୍ରାକମ୍ୟାନ୍ । ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଖଲ୍ଲିକୋଟ ଅଞ୍ଚଳର କେ. ଗୋବିନ୍ଦ ପାତ୍ର ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ପ୍ରାୟ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନ୍‌ରେ କିଛି ଟ୍ରାକ୍‌ମ୍ୟାନ୍‌ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିଲେ । ସେହି ସମୟରେ କେ. ଗୋବିନ୍ଦଙ୍କୁ ଧକ୍କା ଦେଇଥିଲା ଇଣ୍ଟରସିଟି ଏକ୍ସପ୍ରେସ୍ ।

ଏଥିସହ ପଢ଼ନ୍ତୁ: ଭିତ୍ତିଭୂମି ପାଇଁ ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା…କିନ୍ତୁ ଭିତରେ ଚାଲିଥିଲା ଖୋଳ କରିବାର ଖେଳ 

ଘଟଣା ସ୍ଥଳରେ ହିଁ କେ. ଗୋବିନ୍ଦ ପାତ୍ରଙ୍କ ମୃତ୍ୟୁ ହୋଇଛି । ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍ କେ. ଗୋବିନ୍ଦଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ କର୍ମଚାରୀ ଓ ରେଳ ପୋଲିସ (GRP/RPF) ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
IED ବିସ୍ଫୋରଣରେ ଟ୍ରାକମ୍ୟାନଙ୍କ ମୃତ୍ୟୁ

ଏହା ପୂର୍ବରୁ ୨୦୨୫ ଅଗଷ୍ଟ ୩ ତାରିଖରେ ରାଉରକେଲାରେ ଜଣେ ରେଲୱେ ଟ୍ରାକମ୍ୟାନ ପ୍ରାଣ ହରାଇଥିଲେ । କେ. ବଲାଙ୍ଗ ଥାନା ଅଞ୍ଚଳ ଦେଇ ଯାଇଥିବା ରେଲୱେ ଟ୍ରାକ୍‌ରେ ମାଓବାଦୀ ଖଞ୍ଜିଥିବା IED ବିସ୍ଫୋରଣରେ ଅତୁଆ ଓରାମ (୩୭)ଙ୍କ ମୃତ୍ୟୁ ହୋଇଥିଲା ।

ମାଓବାଦୀଙ୍କ ସହିଦ ସପ୍ତାହ ପାଳନର ଶେଷ ଦିନରେ ଏହି ଅଘଟଣ ଘଟିଥିଲା । କେ.ବଲାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜଡ଼ା ଷ୍ଟେସନ ନିକଟରେ ଟ୍ରାକ୍ ଯାଞ୍ଚ ସମୟରେ ଏହି ଅଘଟଣ ଘଟିଥିଲା । ଆଇଡି ବିସ୍ଫୋରଣରେ ଅତୁଆଙ୍କ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଆଗକୁ ବର୍ଷା ସମ୍ଭାବନା; ବର୍ଷା ବିଗାଡ଼ିବ ପୂଜା ବୁଲା 

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅତୁଆଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ମାଓବାଦୀ ରେଲୱେ ଟ୍ରାକ୍ ନିକଟରେ ପୋଷ୍ଟର ମାରିଥିଲେ । ପୋଲିସ ଯାଞ୍ଚ ବେଳେ ସେଠାରୁ କିଛି ବିସ୍ଫୋରକ ମିଳିନଥିଲା । କିନ୍ତୁ ୧ କିଲୋମିଟର ଦୂରରେ ଟ୍ରାକ୍ ଯାଞ୍ଚ ବେଳେ ବିସ୍ଫୋରଣ ହୋଇଥିଲା ।