SCB Medical Fire / SCB ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି,ରିପୋର୍ଟ ମାଗିଲେ NHRC
·4 months ago·2 min read

Key Points
କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା ବଢ଼ିଲା ମୃତ୍ୟୁସଂଖ୍ୟା
୧୧ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା
ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ NHRC
୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
୧୧ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା
ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ NHRC
୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା ବଢ଼ିଲା ମୃତ୍ୟୁସଂଖ୍ୟା । ୧୧ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା । କୋରାପୁଟ ଅଞ୍ଚଳର ପବିତ୍ର ଦିସାରୀଙ୍କ ମୃତ୍ୟୁ ଘଟିଛି। ସେ ଅର୍ଥପେଡ଼ିକ ICUରେ ଚିକିତ୍ସାଧୀନ ଥିଲେ। ସେହିପରି ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ରାଜ୍ୟ ସରକାର ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ SCB ନିଆଁ ଘଟଣାର ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ । ଘଟଣାର ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ ହୋଇଛି । କେଉଁ କାରଣରୁ ଓ କିଭଳି ନିଆଁ ଲାଗିଲା, ତାର ଅନୁସନ୍ଧାନ କରି ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବ । କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଅଗ୍ନିଶମ ବିଭାଗ ଆଇଜି ଉମାଶଙ୍କର ଦାଶ, ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ବରଦା ପ୍ରସନ୍ନ ଦାଶ, ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗର ଇ.ଆଇ.ସି ବିରଞ୍ଚି ନାରାୟଣ ପ୍ରଧାନ, ଚିଫ୍ ଇଞ୍ଜିନିଅର ବିଲ୍ଡିଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ମେଡିକାଲ ଏଜୁକେସନ୍ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ।
ଗତ ୧୫ ତାରିଖ ରାତି ପ୍ରାୟ ୨.୩୦ ମିନିଟ ସମୟରେ କଟକ ଏସସିବି ବଡ ମେଡିକାଲରେ ଟ୍ରମା କାଜୁଆଲିଟି ଆଇସିୟୁରେ ଲାଗିଥିଲା ନିଆଁ । ଏହି ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଭିନ୍ନ ଦୁର୍ଘଟଣାରେ ଶିକାର ହୋଇଥିବା ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ରୋଗୀ। ହଠାତ ଆଇସିୟୁରେ ଲାଗିଗଲା ଭୟଙ୍କର ଅଗ୍ନିକାଣ୍ଡ। ଧୂଆଁମୟ ହୋଇଗଲା ଆଇସିୟୁ ସହ ଆଖପାଖ ୱାର୍ଡ। ଘଟଣା ଘଟିବାର ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ରୋଗୀଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଦେଲା। ହେଲେ ତାରି ମଧ୍ୟରେ ଅକାଳରେ ଚାଲିଗଲା ୧୧ ଜଣ ରୋଗୀଙ୍କ ଜୀବନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି
ଏଥିସହ ପଢ଼ନ୍ତୁ: କାହା ଭୁଲ୍ ପାଇଁ ନିଆଁ ଲାଗି ଗଲା ୧୦ ଜୀବନ ? ଅନୁସନ୍ଧାନ କରିବ ୬ ଜଣିଆ ଟିମ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories