Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCB Medical Fire / କାହା ଭୁଲ୍ ପାଇଁ ନିଆଁ ଲାଗି ଗଲା ୧୦ ଜୀବନ ? ଅନୁସନ୍ଧାନ କରିବ ୬ ଜଣିଆ ଟିମ୍

Sushanta Sahoo
Browse all articles by Sushanta Sahoo
·4 months ago·2 min read
କାହା ଭୁଲ୍ ପାଇଁ ନିଆଁ ଲାଗି ଗଲା ୧୦ ଜୀବନ ? ଅନୁସନ୍ଧାନ କରିବ ୬ ଜଣିଆ ଟିମ୍
SCB Medical Fire Tragedy

Key Points

  • ଏସ୍‌ସିବି ଅଗ୍ନିକାଣ୍ଡ ପରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ
  • ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
  • ସନ୍ଧ୍ୟା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବ ୬ ଜଣିଆ ଟିମ୍
  • ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ରିପୋର୍ଟ ଦେବେ

ଭୁବନେଶ୍ଵର: କଟକ ଏସ୍‌ସିବି ନିଆଁରେ ୧୦ ଜଣଙ୍କ ମୃତ୍ୟୁ ପରେ ସରକାର ତତ୍ପର । ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଛନ୍ତି ।

ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ୬ ଜଣିଆ ଟିମ୍‌ରେ ସଦସ୍ୟ ଅଛନ୍ତି ଅଗ୍ନିଶମ ବିଭାଗର ଆଇଜି ଡ. ଉମାଶଙ୍କର ଦାଶ, ଚିଫ୍ ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ତଥା ଇଆଇସି ବରଦା ପ୍ରସନ୍ନ ଦାଶ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଇଆଇସି ବିରଞ୍ଚି ନାରାୟଣ ପ୍ରଧାନ, ଚିଫ ଇଞ୍ଜିନିୟର ବିଲ୍ଡିଂ ପ୍ରିୟବ୍ରତ ସାମନ୍ତରାୟ ଏବଂ ମେଡିକାଲ ଏଜୁକେଶନ ଓ ଟ୍ରେନିଂ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ମିଶ୍ର ।

ଏଥିସହ ପଢ଼ନ୍ତୁ: SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ

କେଉଁ କାରଣରୁ ଏତେ ବଡ଼ ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଘଟିଲା ଏହି ଟିମ୍ ତାହାର ଅନୁସନ୍ଧାନ କରିବ । ଏହି କମିଟି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୋମବାର ଭୋର୍ ସମୟରେ ଏସ୍‌ସିବିର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ନିଆଁ ଭିତରୁ ଉଦ୍ଧାର କରିଥିଲେ ।

ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ଏବଂ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟୁତ୍ ସର୍ଟ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ଏସସିବି ଭୟାବହ ଅଗ୍ନିକାଣ୍ଡ ଘଟଣା: ଆସିଲା ୧୦ ମୃତକଙ୍କ ପରିଚୟ

ଏସ୍‌ସିବିରେ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପୁରା ସ୍ଥିତିର ତଦାରଖ କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ମୃତାହତଙ୍କ ଲାଗି କ୍ଷତିପୂରଣ ଘୋଷଣା କରିଛନ୍ତି ।

ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ଲାଗି ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅବହେଳାରୁ ଏଭଳି ଅଘଟଣ ଘଟିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଗ୍ନିଶମ ଡିଜି ଘଟଣାର ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB Medical Fire: 6-Member Probe Team Formed After 10 Deaths | Argus News | Argus News