SCB Medical fire / ସୁସ୍ଥ ହେଉଥିବା ପୁଅକୁ ନେଇଗଲା SCB ମେଡିକାଲ ନିଆଁ, ICU ଅଗ୍ନିକାଣ୍ଡରେ ଏଯାଏଁ ଗଲାଣି ୧୨ ଜୀବନ
·6 months ago·3 min read

Key Points
ସୁସ୍ଥ ହେଉଥିବା ପୁଅକୁ ନେଇଗଲା SCB ମେଡିକାଲ ନିଆଁ
ଟ୍ରମା ICU ଅଗ୍ନିକାଣ୍ଡରେ ଏଯାଏଁ ଗଲାଣି ୧୨ ଜଣଙ୍କ ଜୀବନ
ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା

ରାଜ୍ୟର ସବୁଠାରୁ ବଡ଼ ମେଡିକାଲରୁ ସୁସ୍ଥ ହୋଇ ଫେରିବା ଆଶାରେ ଅନାଇ ବସିଥିଲେ ପରିବାର । ହେଲେ ରବିବାର ରାତିରେ SCB ମେଡିକାଲରେ ଅଗ୍ନିକାଣ୍ଡ କାହାର ରୋଜଗାରିଆ ପୁଅକୁ ଛଡ଼ାଇ ନେଇଛି, ତ ପୁଣି କେଉଁ ପରିବାରକୁ କରି ଦେଇଛି ମୁରବୀ ଶୂନ୍ୟ । ଟ୍ରମା ICU ଅଗ୍ନିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ ପରେ ଶୋକର ଛାୟା । ସେପଟେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି । ଆଜି ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ କଡ଼ା ଜବାବ ରଖିଛନ୍ତି ବିଜେପି ବିଧାୟକ । ଅଗ୍ନିଶମ ଡିଜି ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ସମୀକ୍ଷା କରିବା ପରେ ଗୃହରେ ବିବୃତ୍ତି ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ପରିବାର ଆଶା ରଖିଥିଲେ ପୁଅ ସୁସ୍ଥ ହୋଇ ଘରକୁ ଫେରିବ । ଦୁର୍ଘଟଣାରେ ଗୁରୁତର ରମେଶ ୯୦ ପ୍ରତିଶତ ସୁସ୍ଥ ବି ହୋଇସାରିଥିଲେ । ହେଲେ ରବିବାର ରାତିରେ କଟକ SCB ମେଡିକାଲ ଟ୍ରମା ICUରେ ଅଗ୍ନିକାଣ୍ଡ ରୋଜଗାରିଆ ପୁଅକୁ ସବୁଦିନ ପାଇଁ ଛଡ଼ାଇ ନେଲା । ଏହି କଥା ଭାବି ଭାବି ମା' ଆଖିରୁ ଲୁହ ଶୁଖୁନି, ଆଉ ସ୍ତ୍ରୀ ଆଖିରେ ଲୁହ ଯେମିତି ପଥର ପାଲଟିଯାଇଛି । ସରକାର ସିନା ସହାୟତା ଦେବେ, ହେଲେ କିଏ ବୁଝିବ ରୋଗୀଣା ବାପାର ଦୁଃଖ । ଜୀବନ ଯନ୍ତ୍ରଣା ସହିବାର ସବୁ ସୀମା ପାର ହୋଇ ଯାଇଛି ଏହି ପରିବାରରେ । ଏକ ଗାଡ଼ି ଦୁର୍ଘଟଣାରେ ଗୁରୁତର ହୋଇ ଚୌଦ୍ଵାର ଜେନିପୁର ଗାଁର ରମେଶ ପରିଡ଼ା କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ, ରବିବାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ।
ସେହିପରି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଧର୍ମଶାଳା ବଡ଼ ମଙ୍ଗଳପୁର ଗାଁର କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ପରିବାରରେ ଶୋକର ଛାୟା । ମୋବାଇଲ ଫୋନରୁ ଜେଜେ ବାପାଙ୍କ ଫଟୋ ଦେଖି ଝୁରି ହେଉଛନ୍ତି ନାତି, ନାତୁଣୀ । ପୁଅ, ବୋହୂ ବି ପରିବାରର ମୁରବୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ରବିବାରର ଅଘଟଣ SCB ମେଡିକାଲରେ ନୂଆ ନୁହେଁ । ପୂର୍ବରୁ ବାରମ୍ବାର ଏଭଳି ଅନେକ ଘଟଣା ବଡ଼ ମେଡିକାଲକୁ ବଦନାମ୍ କରିଛି ।
ବଡ଼ ମେଡିକାଲରେ ବଡ଼ ଅଘଟଣ
ଗତ ଫେବ୍ରୁଆରୀରେ ଜଣେ ମହିଳା ରୋଗୀ ବେଡରୁ ତଳକୁ ଖସି ପଡ଼ିବା ଭିଡିଓ ଭାଇରାଲ ହୋଇଥିଲା
ଜାନୁଆରୀ ମାସରେ ପୁରୁଣା ମେଡିସିନ ବିଭାଗର ସିଲିଂ ଖସି ବୃଦ୍ଧ ରୋଗୀଙ୍କ ଉପରେ ପଡ଼ିଥିଲା
ଅନେକ ଥର ସର୍ଟ ସର୍କିଟ ଯୋଗୁଁ ବିଭିନ୍ନ ୱାର୍ଡରେ ମଧ୍ୟ ନିଆଁ ଲାଗିଛି, ହେଲେ ଜୀବନ ହାନି ହୋଇନଥିଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
National Accreditation Board for Hospitals & Healthcare Providers- NABH ନିୟମ ଅନୁଯାୟୀ ଆଇସିୟୁରେ ମୁତୟନ ଷ୍ଟାଫ୍ ନର୍ସ, ସୁରକ୍ଷା କର୍ମୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ, ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ସ୍ଥାନାନ୍ତର ଅଭିଜ୍ଞତା ଥିବା ନିହାତି ଜରୁରୀ । ହେଲେ ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ଏହି ନିୟମର ସବୁ ବିପରୀତ ଦେଖିବାକୁ ମିଳିଛି । ତେଣୁ ଏଭଳି ଚରମ ଅବହେଳା ପାଇଁ କାହାକୁ ଦାୟୀ କରାଯିବ ? ବାରମ୍ବାର ଅଘଟଣ ସତ୍ବେ କୌଣସି ଆକ୍ସନ୍ ହୋଇନଥିଲା କାହିଁକି ?
ଶୂନ୍ୟକାଳରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ସ୍ଥିତିକୁ ନେଇ ସରକାରଙ୍କୁ ନିଶାନା ବନାଇଛନ୍ତି ନବୀନ ପଟ୍ଟନାୟକ । ଘଟଣାରେ ପ୍ରଶାସନିକ ଅବହେଳାର ତଦନ୍ତ ଦାବି କରିବା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।... ସେପଟେ ଅଗ୍ନିସମ ଡିଜି ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ସମୀକ୍ଷା ପରେ ଗୃହରେ ବିବୃତି ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Related Topics
Explore more stories