Pond Drowning / ଶାମୁକା ଖୋଜୁ ଖୋଜୁ ପୋଖରୀକୁ ଖସିଗଲା ଗୋଡ଼; ଆଖି ବୁଜିଲେ ୨ ନାବାଳିକା
·2 weeks ago·2 min read

Key Points
ଶାମୁକା ଖୋଜୁ ଖୋଜୁ ପୋଖରକୁ ଜଣଙ୍କ ଗୋଡ଼ ଖସି ଯାଇଥିଲା । ସାଙ୍ଗକୁ ବଞ୍ଚାଇବାକୁ ପ୍ରୟାସ ବେଳେ ଆଉ ଜଣେ ନାବାଳିକା ବି ବୁଡ଼ି ଯାଇଥିଲେ । ଏହା ଦେଖି ସାଙ୍ଗରେ ଥିବା ଅନ୍ୟମାନେ ପାଟି କରିବା ସହ ଗାଁ ଲୋକଙ୍କୁ ଡାକିଥିଲେ ।
ବାସୁଦେବପୁର (ଭଦ୍ରକ): ହସଖୁସିରେ ସାଙ୍ଗ ସାଥୀଙ୍କ ସହ ଖେଳୁଥିଲେ । ପୋଖରୀ କୂଳରେ ଶାମୁକା ଖୋଜୁଥିଲେ ସାଙ୍ଗମାନେ । ଶୁକ୍ରବାର ବିଦ୍ୟାଳୟରୁ ଫେରି ଖେଳୁଥିବା ବେଳେ ବାସୁଦେବପୁର ବ୍ଲକ ଅରଣ୍ଡୁଆ ମଲିକ ସାହିରେ ଅଘଟଣ ଘଟିଛି । ପୋଖରୀରେ ବୁଡ଼ି ୨ ସାଙ୍ଗ ଆଖି ବୁଜିଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର ସ୍କୁଲ୍ରୁ ଫେରିବା ପରେ ଅରଣ୍ଡୁଆ ମଲିକ ସାହିର ୪ରୁ ୫ ଜଣ ସାନ ଝିଅ ଗାଁ ନିକଟସ୍ଥ ପୋଖରୀ କୂଳରେ ଖେଳୁଥିଲେ । ସାଙ୍ଗମାନଙ୍କ ମଧ୍ୟରେ ଶାମୁକା ଖୋଜିବାକୁ ପ୍ରତିଯୋଗିତା ଚାଲିଥିଲା । ଶାମୁକା ଖୋଜୁ ଖୋଜୁ ପୋଖରକୁ ଜଣଙ୍କ ଗୋଡ଼ ଖସି ଯାଇଥିଲା ।
ଏଥିସହ ପଢ଼ନ୍ତୁ: ଦୁଃଖ ଦେଇଗଲା ରଙ୍ଗର ପର୍ବ; ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନେଲା ୫ ଜୀବନ
ସାଙ୍ଗକୁ ବଞ୍ଚାଇବାକୁ ପ୍ରୟାସ ବେଳେ ଆଉ ଜଣେ ନାବାଳିକା ବି ବୁଡ଼ି ଯାଇଥିଲେ । ଏହା ଦେଖି ସାଙ୍ଗରେ ଥିବା ଅନ୍ୟମାନେ ପାଟି କରିବା ସହ ଗାଁ ଲୋକଙ୍କୁ ଡାକିଥିଲେ । ଗ୍ରାମବାସୀ ଜଣଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିବା ବେଳେ ଅନ୍ୟ ଜଣଙ୍କୁ ଠାବ କରିବାରେ ସକ୍ଷମ ହୋଇ ନଥିଲେ ।
ବାସୁଦେବପୁର ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ଯ ଜଣଙ୍କୁ ଉଦ୍ଧାର କରିଥିଲା । ଉଭୟଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ମେଡିକାଲ୍ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏକାସାଙ୍ଗରେ ୨ ନାବାଳିକାଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ଦୁଇ ପରିବାର । ଗାଁରେ ଖେଳି ଯାଇଛି ଶୋକର ଛାୟା ।
ମୃତକ ହେଉଛନ୍ତି ମଲିକ ସାହିର ସତ୍ୟବ୍ରତ ବାରିକଙ୍କ ଝିଅ ତପଦୀପା ବାରିକ ଓ ବିଜୟ ବାରିକଙ୍କ ଝିଅ ଅନ୍ନପୂର୍ଣ୍ଣା ବାରିକ । ତପଦୀପା ଓ ଅନ୍ନପୂର୍ଣ୍ଣାଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ଉଭୟ ଗାଁ ସ୍କୁଲ୍ରେ ଗୋଟିଏ ଶ୍ରେଣୀରେ ପଢ଼ୁଥିବା ବେଳେ ପୋଖରୀରେ ବୁଡ଼ି ଯାଇ ଆଖି ବୁଜିଛନ୍ତି ।
ଏହା ପୂର୍ବରୁ ୫ ଦିନ ତଳେ କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ଏକାସାଙ୍ଗରେ ବୁଡ଼ି ଯାଇଥିଲେ ୩ ସାଙ୍ଗ । କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା । ବୁଡ଼ି ଯାଇ ୩ ସାଙ୍ଗ ପ୍ରାଣ ହରାଇଥିଲେ । ନବୋଦୟରେ ପଢ଼ୁଥିବା ୩ ଜଣ ଦଶମ ଶ୍ରେଣୀ ଛାତ୍ର କୋଲାବ ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଥିଲେ ।
ଏଥିସହ ପଢ଼ନ୍ତୁ: ଦଶମ ପରୀକ୍ଷା ସରିବା ପରେ ରଙ୍ଗ ଖେଳ; ଗାଧୋଇବା ବେଳେ ବୁଡ଼ିଗଲେ ୩ ସାଙ୍ଗ
ସୂଚନା ଅନୁସାରେ, ଦଶମ ଶ୍ରେଣୀ ପିଲାଙ୍କ ଲାଗି ଆଜି ପରୀକ୍ଷାର ଶେଷ ଦିନ ଥିଲା । ଶନିବାର ପରୀକ୍ଷା ସରିବା ପରେ ପିଲାଙ୍କ ଭିତରେ ଖୁସି ଦେଖିବାକୁ ମିଳିଥିଲା । ପରୀକ୍ଷା ପାଇଁ ହୋଲିରେ ରଙ୍ଗର ମଜ୍ଜା ନେଇ ପାରିନଥିବା ବିଦ୍ୟାର୍ଥୀ ରଙ୍ଗ ବୋଳାବୋଳି ହୋଇଥିଲେ ।
ରଙ୍ଗ ଖେଳ ପରେ ବିଦ୍ୟାର୍ଥୀମାନେ ଗାଧୋଇବାକୁ ଯାଇଥିଲେ । ନିକଟରେ ଥିବା କୋଲାବ ଜଳଭଣ୍ଡାରକୁ ଯାଇଥିବା ବେଳେ ୩ ଜଣ ଛାତ୍ର ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି । ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ଅଣାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories