Videos
|
Odisha

Alcohol Party in School / ସ୍କୁଲରେ ମଦର ଆସର! ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

Bikash Mohanty
Browse all articles by Bikash Mohanty
·51 mins ago·2 min read
ସ୍କୁଲରେ ମଦର ଆସର! ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
Sunakar nayak

Key Points

ସ୍କୁଲରେ ଭାତ, ମାଛ ସହ ମଦ ପିଇବାର ଅଭିଯୋଗ
ପ୍ରଧାନଶିକ୍ଷକ ସୁନାକର  ନାୟକଙ୍କ ବିରୋଧରେ ଅଭିଯୋଗ 
ଡେରାବିଶ ବ୍ଲକ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟର ଘଟଣା 
କେନ୍ଦ୍ରାପଡ଼ା ୧୦/୦୯:  ସ୍କୁଲ ଅଫିସ ରୁମ୍‌ରେ ମଦ ଆସର! ଭାତ, ମାଛ ସହ ମଦ ପିଇବାର ସାଙ୍ଘାତିକ ଅଭିଯୋଗ। ଏହି ଅଭିଯୋଗ ଅସିଛି  କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟରୁ।  ସ୍କୁଲର ପ୍ରଧାନଶିକ୍ଷକ ସୁନାକର ନାୟକ  ଅଫିସ ରୁମ୍‌ ଭିତରେ ମଦ ପିଇବାର ଭିଡ଼ିଓ ଏବେ ଭାଇରାଲ ହୋଇଛି।  ସ୍କୁଲ ପରିସରରେ ଏଭଳି ଘଟଣାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଯେଉଁ ସ୍ଥାନରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ାଯିବା କଥା, ସେଠାରେ ମଦ ଆସର ଜମିବା ଅଭିଯୋଗକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କେବଳ ମଦ ପିଇବା ଅଭିଯୋଗ ନୁହେଁ, ଗତ ମଙ୍ଗଳବାର ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ଥିବାରୁ କୁନି କୁନି ପିଲାଙ୍କୁ କ୍ଲାସରୁମ୍‌ ଭିତରେ ରଖି କବାଟ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ନେଇ ସ୍କୁଲରେ ପଢ଼ୁଥିବା ପିଲାଙ୍କ ସୁରକ୍ଷା ଓ ପାଠପଢ଼ାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହା କୌଣସି ଗୋଟିଏ ଦିନର ଘଟଣା ନୁହେଁ। ବାରମ୍ବାର ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗର ସତ୍ୟତା କେତେ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଅନ୍ୟପଟେ, ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନଶିକ୍ଷକ ସୁନାକର ନାୟକ। ତେବେ ଅଭିଯୋଗ ସାମ୍ନାକୁ ଆସିବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇଛି ଶିକ୍ଷା ବିଭାଗ। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତରେ ଅଭିଯୋଗର ସତ୍ୟତା ସାମ୍ନାକୁ ଆସିବ। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

ପଢନ୍ତୁ ଏହି ଖବର: ଓରାଙ୍ଗଓଟାନ ଉଦ୍ଧାର ଘଟଣାରେ CCTVରେ ଦେଖିବାକୁ ମିଳିଥିବା ଥାରକୁ ନେଇ ତନାଘନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍କୁଲ ଭଳି ଏକ ପବିତ୍ର ଶିକ୍ଷାନୁଷ୍ଠାନରେ ମଦ ଆସର ଅଭିଯୋଗ ଓ ନିଶାସକ୍ତ ଅବସ୍ଥାରେ ଶିକ୍ଷକଙ୍କ ଉପସ୍ଥିତି ନେଇ ଏବେ ଜୋର ଧରିଛି ଚର୍ଚ୍ଚା।  ଅନ୍ୟପଟେ ସଂଧ୍ୟା ୫ଟାରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଏହି ଘଟଣାରେ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍କୁଲ ଭିତରେ ପ୍ରଧାନ ଶିକ୍ଷକ ମଦ୍ୟପାନ କରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାରେ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍କୁଲ ଭିତରେ ପ୍ରଧାନ ଶିକ୍ଷକ ମଦ୍ୟପାନ କରିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ସ୍କୁଲ ପରିସରରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ପିଲାଙ୍କ ସୁରକ୍ଷା ଓ ଶିକ୍ଷକଙ୍କ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠିଛି।