Videos
|
Odisha

ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର, କେୟାରଟେକର ସହ ୯ ଆହତ

Ritu Das
Browse all articles by Ritu Das
·2 years ago
ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର, କେୟାରଟେକର ସହ ୯ ଆହତ

ଅର୍ଗସ ବ୍ୟୁରୋ: କଟକ ନିଶ୍ଚିନ୍ତକୋଇଲି ଥାନା ପାଖରୁ ମାତ୍ର 200 ମିଟର ଦୂରତ୍ୱ ମଧ୍ୟରେ ଦେବ ମହାନ୍ତି ପବ୍ଲିକ ସ୍କୁଲ ନାମକ  ଘରୋଇ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି l ବସଟି ଛାତ୍ରଛାତ୍ରୀ ମାନଙ୍କୁ ସକଳୁଆ ସ୍କୁଲ ସାରି ଫେରୁଥିବା ସମୟରେ  ନିଶ୍ଚିନ୍ତକୋଇଲି ଥାନା ପାଖରେ ଥିବା ହେଲଥ ପ୍ଲସ ମେଡ଼ିସିନ ଦୋକାନ ସାମ୍ନା ରେ ଗାଡିଟି ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଯାଇଥିଲା।ସେଥିରେ ଥିବା 9 ଜଣ ଛାତ୍ରଛାତ୍ରୀ , ଡ୍ରାଇଭର ଓ କେୟାର ଟେକର ଗୁରୁତର ଆହତ ହୋଇଛନ୍ତି। 

ସଙ୍ଗେ ସଙ୍ଗେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କେୟାର ଟେକର ସମେତ ଦୁଇଜଣ ଗୁରୁତର ଛାତ୍ରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
School bus | Argus News