Videos
|
Odisha

ସ୍କୁଲ ଗେଟରେ ତାଲା, ରାସ୍ତାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍କୁଲ ଗେଟରେ ତାଲା, ରାସ୍ତାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ:  ସ୍କୁଲ ଗେଟରେ ତାଲା, ରାସ୍ତାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ l ଗତକାଲି ସୋର ପୌରାଞ୍ଚଳ ରାଧାନାଥ ଉପ୍ରା ବିଦ୍ୟାଳୟରେ ଜଣେ ଛାତ୍ରଙ୍କ  ମା ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିବାରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣାରେ ବସିଥିଲେ। ଘଟଣା ସ୍ଥଳରେ ସୋର ପୁଲିସ ପହଂଚିବା ସହିତ ଉକ୍ତ ମହିଳାଙ୍କୁ ଛାଡ଼ିଦେବାରୁ ଧାରଣାରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁଲିସକୁ ବିରୋଧ କରିଥିଲେ। ଫଳରେ ପୁଲିସ ଧାରଣା ରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କମିଟି ମେମ୍ବର ଓ ବିଇଓ ଅଫିସର ହେଡ କ୍ଲର୍କଙ୍କୁ ଉଠାଇ ନେଇଥିଲା।

ଯାହାକୁ ବିରୋଧ କରି ଆଜି ସକାଳେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ରାସ୍ତା ଉପରେ ବସି ଧାରଣା ଦେବା ସହ ପ୍ରତିବାଦ କରିଥିଲେ। ସ୍କୁଲରୁ ଉକ୍ତ ପିଲାକୁ ଟିସି ଦିଆଯାଉ ନହେଲେ ଆମ ପିଲାଙ୍କୁ ଟିସି ଦିଆଯାଉ ଏବଂ  ଆମ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଥାନା କର୍ମଚାରୀଙ୍କୁ ନିଲମ୍ବିତ କରାଯାଉ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି। ପ୍ରଶାସନ ସେମାନଙ୍କ କଥା ନବୁଝିବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।  ସୋର ନାଗରିକ ମଞ୍ଚ ସମେତ ଅନ୍ୟ ଲୋକମାନେ ଏହାକୁ ସମର୍ଥନ ଜଣାଇଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
School gates were locked, parents and students sat on the streets | Argus News