Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ 

Odisha

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ 

Smruti Parija
Browse all articles by Smruti Parija
·2 years ago·1 min read
ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ 

ଭୁବନେଶ୍ୱର: ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ । ଖରା, ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ବଢ଼ାଯାଇଛି । ୨୨ ଠାରୁ ସମସ୍ତ ସ୍କୁଲ ସ୍ବାଭାବିକ ଭାବେ ପରିଚାଳନା କରାଯିବ । 

ଖରାଛୁଟି ପରେ 18 ତାରିଖ ଠାରୁ ସବୁ ସ୍କୁଲ ଖୋଲିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ଛୁଟି ରହିଥିବାବେଳେ କିଛି ଜିଲ୍ଲାରେ ସକାଳୁଆ ପାଠ ପଡା ହେଉଛି । ପୂର୍ବ ନିର୍ଦ୍ଦେଶ ମୁତାବକ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ନେଇ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ 20 ପର୍ଯ୍ୟନ୍ତ ବଳବତ୍ତର ଥିଲା । 

ତେବେ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଏବେ ବି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ବଢାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଆଗକୁ ବଢ଼ୁଛି ମୌସୁମୀ । କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
school-may-run-normal-from-june-22 | Argus News