School Closed / ଏବେ ଖୋଲିବନି ସ୍କୁଲ; ପ୍ରବଳ ଖରାକୁ ନେଇ ବଢିଲା ଖରାଛୁଟି
·2 months ago·2 min read

Key Points
ରାଜ୍ୟରେ ପୁଣି ବଢିଲା ଖରାଛୁଟି
ପ୍ରବଳ ଖରାକୁ ଦେଖି ବଡ଼ ନିଷ୍ପତ୍ତି
ଜାଣନ୍ତୁ କେଉଁ ସବୁ ଜିଲ୍ଲାରେ ବଢିଲା ଛୁଟି
ପ୍ରବଳ ଖରାକୁ ଦେଖି ବଡ଼ ନିଷ୍ପତ୍ତି
ଜାଣନ୍ତୁ କେଉଁ ସବୁ ଜିଲ୍ଲାରେ ବଢିଲା ଛୁଟି
ରାଜ୍ୟକୁ ମୌସୁମୀ ଛୁଇଁଛି ସତ, ହେଲେ କମୁନି ତାତି । ପ୍ରବଳ ଖରା ଏବେ ବି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଟାଣଖରା ସାଙ୍ଗକୁ ଗୁଳୁଗୁଳି ଦିନବେଳା ଘରୁ ବାହାରିବା ମୁସ୍କିଲ କରିଛି । ଫଳରେ ଖରାଛୁଟିକୁ ବଢାଇଛନ୍ତି ରାଜ୍ୟ ସରକାର । କିଛି ଜିଲ୍ଲାରେ ୧୮ ତାରିଖ ଅର୍ଥାତ ଆଜି ସ୍କୁଲ ଖୋଲିଥିବାବେଳେ ଅନେକ ଜିଲ୍ଲାରେ ଖରାଛୁଟିକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଖରା କମିଲେ ପୁଣି ସ୍କୁଲ ଖୋଲିବ ବୋଲି ଜଣାପଡ଼ିଛି ।
ସେହିପରି ଅସହ୍ୟ ଗରମ ଯୋଗୁଁ କଳାହାଣ୍ଡିର ସମସ୍ତ ସ୍କୁଲ ୨୦ ଜୁନ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାରେ ପ୍ରବଳ ଗରମ ଓ ଆର୍ଦ୍ରତା ଜନିତ ପାଣିପାଗକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଅନ୍ୟାନ୍ୟ ପ୍ରକାରର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ OAV (ଓଡ଼ିଶା ଆଦର୍ଶ ବିଦ୍ୟାଳୟ) ଗୁଡ଼ିକୁ ଆସନ୍ତା ୨୦ ଜୁନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO), କଳାହାଣ୍ଡିଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସ୍କୁଲ ବନ୍ଦ ରହିଲେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂର୍ବପରି ଚାଲୁ ରହିବ ।
ପଢନ୍ତୁ ଏହି ଖବର: ପ୍ରବଳ ଖରାକୁ ଦେଖି ବଡ଼ ନିଷ୍ପତ୍ତି, ୨୫ ଯାଏଁ ସକାଳୁଆ ସ୍କୁଲ
- କେଉଁ ସବୁ ଜିଲ୍ଲାରେ ବଢିଲା ଖରାଛୁଟି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଞ୍ଜାମରେ ମଧ୍ୟ ସ୍କୁଲ ଛୁଟି ଅବଧି ବଢିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ଛୁଟି ଛୁଟି ରହିବ । ଛୁଟି ଅବଧି ବୃଦ୍ଧି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଜାରି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ସ୍କୁଲ, କଲେଜ, ଅଙ୍ଗନୱାଡ଼ି ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷାର ଆୟୋଜନ କରାଯାଇପାରିବ ଏବଂ ପରୀକ୍ଷା ସକାଳ ସମୟରେ ଖରା ପୂର୍ବରୁ ହେବ । ବୌଦ୍ଧରେ ବି ଖରା ଛୁଟି ୨୦ ତାରିଖ ପର୍ଯ୍ୟନ୍ତ ଯାଏଁ ବଢିଛି । ଜିଲ୍ଲାରେ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । ଅନୁଗୁଳ ଜିଲ୍ଲାରେ ବି ୨୦ ତାରିଖ ଯାଏଁ ସ୍କୁଲ କଲେଜ ବନ୍ଦ ରହିବ ।
- ଆହୁରି ୩ ଦିନ ପ୍ରବଳ ଗୁଳୁଗୁଳି
Related Topics
Explore more stories