Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Education Update / ଖୁସିରେ ନାଚୁଛନ୍ତି ପିଲାମାନେ: ୧୦ ଦିନ ବନ୍ଦ ରହିବ ସ୍କୁଲ ! ଜାଣନ୍ତୁ ପୁରା ଅପଡେଟ୍‌...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଖୁସିରେ ନାଚୁଛନ୍ତି ପିଲାମାନେ: ୧୦ ଦିନ ବନ୍ଦ ରହିବ ସ୍କୁଲ ! ଜାଣନ୍ତୁ ପୁରା ଅପଡେଟ୍‌...
School Closed

Key Points

ବାପରେ ବାପ ପିଲାଙ୍କ କି ଖୁସି
୧୦ ଦିନ ବନ୍ଦ ରହିବ ସ୍କୁଲ
ଜାଣନ୍ତୁ ପୁରା ଅପଡେଟ୍‌
ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର। ଯାହା ଶୁଣିବା ପରେ ପିଲାଙ୍କ ଖୁସି କହିଲେ ନସରେ। ପିଲାମାନେ ୧୦ ଦିନ ଛୁଟି ପାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କାହିଁକି ଓ କେବେ ସ୍କୁଲ ଛୁଟି ରହିବ? ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଏପ୍ରିଲରେ ୧୦ ଦିନ ବନ୍ଦ ରହିବ ସ୍କୁଲ। ଜାଣନ୍ତୁ ଏହା କେଉଁଠି ଓ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ? ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ବିଭାଗର ଆଉ ଏକ ଖୁସି ଖବର ଅଛି । ଆପଣଙ୍କ ସ୍କୁଲ/କଲେଜ ସହିତ ଯୋଗାଯୋଗ କରନ୍ତୁ ।ପ୍ରାଇଭେଟ ବିଦ୍ୟାଳୟ ଗୁଡିକରେ ସ୍ଥାନୀୟ ହଲିଡେ ଗୁଡିକ ସ୍କୁଲ କମିଟି ନିଷ୍ପତ୍ତି ନିଅନ୍ତି ।

ତେଣୁ ଅଭିଭାବକ, ଛାତ୍ରଛାତ୍ରୀ ଓ ଯାତ୍ରୀମାନେ ଅଧିକ ସୂଚନା ପାଇଁ ଅପେକ୍ଷା କରିପାରିବେ କିମ୍ବା ସେମାନଙ୍କ ସ୍କୁଲ ଏବଂ କଲେଜ ସହିତ ଯୋଗାଯୋଗ କରିପାରିବେ।ପିଲାମାନେ ସମୁଦାୟ ୧୦ ପବ୍ଲିକ ହୋଲିଡେ ପାଇବେ। ଏପ୍ରିଲ ମାସ ଆରମ୍ଭ ହେବା ସହିତ, ବିଭିନ୍ନ ପର୍ବ ଓ ଉତ୍ସବ ଆରମ୍ଭ ହେବ।ରାଜ୍ୟ ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ଆଗାମୀ ମାସ ପାଇଁ ଛୁଟି ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅନେକ ପ୍ରମୁଖ ପର୍ବପର୍ବାଣୀ ଯୋଗୁଁ ସ୍କୁଲଗୁଡ଼ିକରେ ଛୁଟି ସ୍ଥିର କରାଯାଇଛି। ମେ ମାସରେ ଗ୍ରୀଷ୍ମ ଅବକାଶ ପାଇବେ ଛାତ୍ରଛାତ୍ରୀ। ତା ପୂର୍ବରୁ ଏପ୍ରିଲରେ ୧୦ ଦିନ ସ୍କୁଲ ଛୁଟି ରହିବ। ଏହି ସମୟରେ ଭ୍ରମଣ ପାଇଁ ଯୋଜନା କରିପାରିବେ।

୧ ଏପ୍ରିଲ ୨୦୨୬(ବୁଧବାର):ଏହି ଦିନ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ତେଣୁ ପାରମ୍ପରିକ ଭାବରେ ଏହି ଦିନ ସ୍କୁଲଗୁଡ଼ିକ ଛୁଟି ରହିବ।
୨ ଏପ୍ରିଲ(ଗୁରୁବାର): ମହାବୀର ଜୟନ୍ତୀ ଅବସରରେ କିଛି ରାଜ୍ୟରେ ସ୍କୁଲ କଲେଜ ଛୁଟି ରହିବ ।
୩ ଏପ୍ରିଲ ୨୦୨୬, (ଶୁକ୍ରବାର): ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନଙ୍କ ପାଇଁ ଗୁଡ ଫ୍ରାଏଡେ ବଡ ପର୍ବ । ଚଳିତ ବର୍ଷ ୩ ତାରିଖରେ ଗୁଡ ଫ୍ରାଏଡେ ପଡୁଥିବାରୁ ଏହି ଦିନ ବିଦ୍ୟାଳୟରେ ପାଠ ପଢା ହେବ ନାହିଁ ।
୫ ଏପ୍ରିଲ ୨୦୨୬,(ରବିବାର): ରବିବାର ପଡୁଥିବାରୁ ଏହି ଦିନ ସ୍କୁଲ, କଲେଜ ଓ ଅଫିସ ବନ୍ଦ ରହିବ ।
୧୨ ଏପ୍ରିଲ ୨୦୨୬, (ରବିବାର): ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । କାର୍ଯ୍ୟାଳୟରେ ମଧ୍ୟ କାମ ହେବ ନାହିଁ ।
୧୩ ଏପ୍ରିଲ ୨୦୨୬,(ସୋମବାର): ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ବୈଶାଖୀ ୧୩ ଏପ୍ରିଲରେ ପାଳନ କରାଯିବ। ଏହା ବିଶେଷକରି ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ଅନ୍ୟାନ୍ୟ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ମହା ଆଡମ୍ବରରେ ପାଳନ କରାଯାଏ।
୧୪ ଏପ୍ରିଲ ୨୦୨୬ (ମଙ୍ଗଳବାର) ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି । ଏହି ଦିନଟିକୁ ଓଡିଆ ନବବର୍ଷ ବା ହିନ୍ଦୁ ନବବର୍ଷ ଭାବେ ପାଳନ କରାଯାଏ । ଏହି ଦିନ ସ୍କୁଲ ଓ ଅଫିସ ମଧ୍ୟ ବନ୍ଦ ରହିବ । ଏପ୍ରିଲ ୧୪ରେ ମଧ୍ୟ DR.ବି ଆର ଆମ୍ୱେଦକରଙ୍କ ଜୟନ୍ତୀ । ଏହି ଦିନ ପଣା ସଂକ୍ରାନ୍ତି ପଡୁଥିବାରୁ ସବୁ ଛୁଟି ।
୧୯ ଏପ୍ରିଲ ୨୦୨୬ (ରବିବାର): ରବିବାର ଥିବାରୁ ସ୍କୁଲରେ ପାଠପଢା ହେବ ନାହିଁ ।
୨୬ ଏପ୍ରିଲ ୨୦୨୬ (ରବିବାର): ମାସ ଶେଷ ରବିବାର ଛୁଟି ଥିବାରୁ ପିଲାମାନେ ବିଦ୍ୟାଳୟ ଯିବେ ନାହିଁ ।ଏସବୁ ବ୍ୟତୀତ ଏପ୍ରିଲ ମାସରେ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରୁ ଛୁଟି ମିଳିପାରେ । ସ୍କୁଲ କମିଟି ଓ ସ୍ଥାନୀୟ ପ୍ରଶାସନଙ୍କ ଅନୁମତି କ୍ରମେ ବିଦ୍ୟାଳୟ ବନ୍ଦ ରହିପାରେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକ,ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଗଣଶିକ୍ଷାମନ୍ତ୍ରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School Closed | Schools Closed for 10 Days, Students Celebrate the Holiday | Argus News | Argus News