School Closed / ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଖୁସିରେ ନାଚୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ
·4 months ago·2 min read

Key Points
ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ
ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସରକାରଙ୍କ ବଡ଼ ନିଷ୍ପତ୍ତି। ଖରା ଛୁଟି ଘୋଷଣା କଲେ ସରକାର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ।
ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ। ସ୍କୁଲ ଛୁଟିକୁ ନେଇ ବଡ଼ ନିଷ୍ପତ୍ତି । ଆଗୁଆ ହୋଇଛି ଖରା ଛୁଟି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ରାଜସ୍ୱ ବିଭାଗର ବୈଠକ ହୋଇଥିଲା। ଆଗୁଆ ଛୁଟି ପାଇଁ ରାଜସ୍ୱ ବିଭାଗର ସୁପାରିଶ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଆଜି ରାଜଧାନୀରେ ତାପମାତ୍ରା ୪୨ ଡ଼ିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ପ୍ରବଳ ଗରମ ଯୋଗୁଁ ଘରୁ ଗୋଡ କାଢିବା ମୁସ୍କିଲ ହୋଇପଡୁଛି ।
ଏଥିସହ ପଢ଼ନ୍ତୁ: ଆଗୁଆ ହେବ ଖରା ଛୁଟି, ୨ ଦିନ ମଧ୍ୟରେ ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ
ସୂଚନାମୁତାବକ, ରାଜ୍ୟର ତାପମାତ୍ରା ବଢୁଥିବା ବେଳେ ପ୍ରାୟ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପାରଦ ଉଚ୍ଚରେ ଥିବା ଯୋଗୁଁ ସ୍କୁଲ କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ସରକାର ନେଇପାରନ୍ତି ଆଶା କରାଯାଉଥିଲା । ବର୍ତ୍ତମାନ ସ୍କୁଲ ଛୁଟି ଘୋଷଣା କରାଯାଇ ସାରିଛି। ସରକାରୀ ନିଷ୍ପତ୍ତିକୁ ଅପେକ୍ଷା ଥିଲା ଆଉ ଆଜି ଏଥିରେ ମୋହର ବାଜିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପରି ପରିସ୍ଥିତିରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଖୁସି ଖବର । ସ୍କୁଲ ଛୁଟି ଘୋଷାଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗୁଆ ସ୍କୁଲ ଛୁଟି ଘୋଷଣା । ଆସନ୍ତା ଏପ୍ରିଲା ୨୭ ତାରିଖ ଠାରୁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ । ଉଭୟ ସରକାରୀ ଆଉ ବେସରକାରୀ ସ୍କୁଲ ବନ୍ଦ ରହିବ । ଏହା ସହିତ ଶିଶୁ ବାଟିକା ଆଉ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।ପିଲାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ଆଗୁଆ ଖରା ଛୁଟି ଘୋଷଣା କରିବା ନେଇ ଯୋଜନା କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories