School Closed / କାଲିଠୁ ସ୍କୁଲ ଛୁଟି: ଘରେ ବସି ଅନଲାଇନ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ
·4 months ago·2 min read

Key Points
ଅସହ୍ୟ ହେଉଛି ତାତି
କାଲିଠୁ ସାରା ରାଜ୍ୟରେ ସ୍କୁଲ ଛୁଟି
ଅନଲାଇନ୍ରେ ହେବ ପାଠପଢା
କାଲିଠୁ ସାରା ରାଜ୍ୟରେ ସ୍କୁଲ ଛୁଟି
ଅନଲାଇନ୍ରେ ହେବ ପାଠପଢା
ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଆସନ୍ତା କାଲିଠାରୁ ସାରା ରାଜ୍ୟରେ ସ୍କୁଲ ଛୁଟି।ଏଣିକି ଅନଲାଇନରେ ହେବ ପାଠପଢ଼ା।ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆସାଇନମେଣ୍ଟ ସହିତ ସଂଯୁକ୍ତ ଅଡିଓ-ଭିଜୁଆଲ୍ ବିଷୟବସ୍ତୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ସ୍କୁଲର ଅଭିଭାବକ ହ୍ୱାଟ୍ସଆପ୍ ଗ୍ରୁପରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କ ସହିତ ସେୟାର କରାଯିବ। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ସହଜ ହେବ ।
ଏହା ସହିତ ସ୍କୁଲର ସମ୍ପୃକ୍ତ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ଦ୍ୱାରା ଯୋଗାଯୋଗ କରିବା ପାଇଁ ଯୋଜନା କରିବେ। ଯାହା ଦ୍ୱାରା ସେମାନଙ୍କୁ ଶୈକ୍ଷିକ ସହାୟତା ପ୍ରଦାନ କରାଯାଇପାରିବ। ସେମାନଙ୍କର ସନ୍ଦେହ ଦୂର କରାଯାଇପାରିବ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଟେଲିଫୋନ୍ କିମ୍ବା ସ୍କୁଲ୍ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ କାର୍ଯ୍ୟ ତଦାରଖ କରାଯାଇପାରିବ।ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୭ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଆଉ ପ୍ରସ୍ତାବ ଦିଆଯିବାର ଦିନକ ପରେ ସ୍କୁଲ ଛୁଟି ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବାକୁ ନେଇ ସମସ୍ୟା ଦେଖାଦେଉଛି । ଅସହ୍ୟ ଗରମ ସାଙ୍ଗକୁ ଟାଇଁଟାଇଁ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ତେବେ ସ୍କୁଲ ଛୁଟିକୁ ରାଜ୍ୟ ସରକାର ବଡ଼ ଘୋଷଣା କରିସାରିଛନ୍ତି । ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି । ଏହି ପରିପ୍ରେକ୍ଷୀରେ, ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଏବଂ ବିଷୟ ଭିତ୍ତିକ ଆସାଇନମେଣ୍ଟ ସିଟ୍ ଡିଜାଇନ୍ କରାଯାଇଛି। ଯାହା ଗ୍ରୀଷ୍ମ ଛୁଟିରେ ଅଭ୍ୟାସ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ।
ଏଥିସହ ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା: SRCଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷ ବିଭାଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓସେପାର ଚିଠି ଅନୁଯାୟୀ, ଗ୍ରୀଷ୍ମ ଛୁଟିରେ ଶିକ୍ଷା କାର୍ଯ୍ୟକଳାପ ଜାରି ରଖିବା ପାଇଁ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ, ଛାତ୍ରଛାତ୍ରୀମାନଙ୍କୁ ଅଡିଓଭିଜୁଆଲ୍ ବିଷୟବସ୍ତୁ ସହିତ ଅଭ୍ୟାସ କାର୍ଯ୍ୟର ବ୍ୟବସ୍ଥା କରାଯିବ।
ତେବେ ଖରା ଛୁଟିରେ ହ୍ବାଟ୍ସଆପ୍ରେ ହେବ ପାଠ ପଢ଼ା। ହ୍ୱାଟ୍ସଆପ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍ମେଣ୍ଟ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି ଶିକ୍ଷା ବିଭାଗ । ଏଥିପାଇଁ କ୍ଲାସ ଅନୁଯାୟୀ ହ୍ବାଟ୍ସଆପ୍ ଗ୍ରୁପ ବି କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories