Videos
|
Odisha

School Holiday / ଆସୁଛି ଦୁର୍ଗା ପୂଜା: ଏହି ଦିନଠୁ ସମସ୍ତ ସ୍କୁଲ ଓ କଲେକ ବନ୍ଦ

Banajyotshna Ray
Browse all articles by Banajyotshna Ray
·2 hours ago·2 min read
ଆସୁଛି ଦୁର୍ଗା ପୂଜା: ଏହି ଦିନଠୁ ସମସ୍ତ ସ୍କୁଲ ଓ କଲେକ ବନ୍ଦ
School Holiday

Key Points

ଏହି ଦିନଠୁ ସ୍କୁଲ ଛୁଟି
୧୦ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ
ଆସୁଛି ଦୁର୍ଗା ପୂଜା
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଅକ୍ଟୋବର ମାସରେ ୧୦ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ। ଦଶହରା ପାଇଁ ସ୍କୁଲ ଛୁଟି ଘୋଷଣା କରିବେ ସରକାର। ମାସଟା ଯାକ କେବଳ ଛୁଟି ହିଁ ଛୁଟି । ପାର୍ବଣରେ ବୁଲା ବୁଲି କରିବା ସହ ଛୁଟିର ମଜା ନେବେ ସମସ୍ତେ । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ମାନେ ଛୁଟିକୁ ଉପଭୋଗ କରିବେ । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଛି ମାସର ପ୍ରଥମ ଛୁଟି । ଏହାସହ ଦଶହରା ଆସୁଥିବାବେଳେ ୧୦ ଦିନ ସ୍କୁଲ ଓ କଲେଜ ବନ୍ଦ ରହିବ।''

ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଚଳିତ ମାସରେ ଦୁର୍ଗାପୂଜା ସାଙ୍ଗକୁ ନବରାତ୍ରୀ ରହିଛି । ଦଶହରାରରେ ବୁଲାବୁଲି କରିବାକୁ ଅନାଇ ବସିଥାନ୍ତି ସମସ୍ତେ । ସେହି ଦିନ ପାଖେଇ ଆସୁଥିବାରୁ ସ୍କୁଲ କଲେଜ ଛୁଟି ରହିବ । ଦଶହରା ପାଇଁ ଅକ୍ଟୋବର ୧୭ ରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।'' ପୂଜା ଛୁଟି ପରେ ୨୭ ଅକ୍ଟୋବର ୨୦୨୬ (ମଙ୍ଗଳବାର) ଦିନ ପୁଣିଥରେ ସ୍କୁଲ ଖୋଲିବ।''

.୧୦ ଦିନ ସ୍କୁଲ ଛୁଟି: 

• ୧୭ ଅକ୍ଟୋବର (ଶନିବାର): ମହା ସପ୍ତମୀ ଓ ପୂଜା ଛୁଟିର ଆରମ୍ଭ
• ୧୮ ଅକ୍ଟୋବର (ରବିବାର): ମହା ଅଷ୍ଟମୀ
• ୧୯ ଅକ୍ଟୋବର (ସୋମବାର): ମହାନବମୀ
• ୨୦ ଅକ୍ଟୋବର (ମଙ୍ଗଳବାର): ବିଜୟା ଦଶମୀ / ଦଶହରା
• ୨୧ ରୁ ୨୬ ଅକ୍ଟୋବର: ପୂଜା ଛୁଟି (ଛୁଟି ଜାରି ରହିବ)
• ୨୭ ଅକ୍ଟୋବର (ମଙ୍ଗଳବାର): ସ୍କୁଲ ଖୋଲିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଜନ୍ମଦିନରେ ଅନ୍ତିମ ବିଦାୟ; ବୀର ପୁଅକୁ ବାପା ଦେଲେ ମୁଖାଗ୍ନି

ପାଖେଇ ଆସୁଛି ଦୁର୍ଗାପୂଜା। ଏବେଠୁ ଆରମ୍ଭ ହେଲାଣି ସାଜସଜା। ପ୍ରତ୍ୟେକ ସ୍ଥାନରେ ବଡ଼ ବଡ଼ ମୂର୍ତ୍ତୀ ତିଆରି ହେଲାଣି। ତୋରଣ ସଜେଇ ହେଲାଣି। ଗାଁଠୁ ସହର ଉତ୍ସବର ମାହୋଲ ଦେଖିବାକୁ ମିଳିଲାଣି। ଦୁର୍ଗାପୂଜା କେବଳ ମା’ ଦୁର୍ଗାଙ୍କ ଆରାଧନା ନୁହେଁ, ଏହା ଭାରତୀୟ ସଂସ୍କୃତି, ପରମ୍ପରା ଓ ଲୋକବିଶ୍ୱାସର ଏକ ଅନନ୍ୟ ପର୍ବ। ଦେଶର ବିଭିନ୍ନ ପ୍ରାନ୍ତରେ ଦୁର୍ଗାପୂଜା ପାଳନର ରହିଛି ଭିନ୍ନ ଭିନ୍ନ ରୀତିନୀତି। ତେବେ ଏମିତି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। କଟକର ଦୁର୍ଗାପୂଜା କେବଳ ବଡ଼ ବଡ଼ ମେଢ଼ ଓ ରୁପା ତାରକସି ସାଜସଜ୍ଜା ପାଇଁ ପ୍ରସିଦ୍ଧ ନୁହେଁ, ଏଠାକାର ଅନନ୍ୟ ପରମ୍ପରା ଓ ସ୍ୱତନ୍ତ୍ର ପୂଜାବିଧି ମଧ୍ୟ ଏହାର ବିଶେଷ ପରିଚୟ। ରାଜଧାନୀ ଭୁବନେଶ୍ୱରର ତୋରଣ ଦିନକୁ ଦିନ ପ୍ରସିଦ୍ଧ ହେବାରେ ଲାଗିଛି।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories