ପ୍ରବଳ ବର୍ଷା ଯୋଗୁଁ ଏହି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ
·1 year ago

ପୁରୀ: ପ୍ରବଳ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ତରଫରୁ ସ୍କୁଲ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି । ଆଜି ଗୋଟିଏ ଦିନ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଗତକାଲି ରାତିଠୁ ଲାଗି ରହିଛି ବର୍ଷା । ଆସନ୍ତା ୩ ଘଣ୍ଟା ପାଇଁ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ବିଜୁଳିର ସମ୍ଭାବନା ରହିଛି । ଏଥିପାଇଁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ଆଲର୍ଟ ଜାରି କରିଛି । ଫଳରେ ପୁରୀରେ ଆଜି ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳଙ୍କ ତରଫରୁ ଘୋଷଣା କରାଯାଇଛି । ଆଜି ଗୋଟିଏ ଦିନ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: