ସ୍କୁଟିକୁ ପିଟିଲା କାର୍, ଜଣେ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ଦିନକୁ ଦିନ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ଜାତୀୟ ରାଜପଥର ଦଶପଲ୍ଲା ଠାରୁ ବାଣିଗୋଛା ମଧ୍ୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲାବେଳେ ଆଜି ଦଶପଲ୍ଲା ଥାନା ଅନ୍ତର୍ଗତ ଶାଳଭଙ୍ଗା ଜଙ୍ଗଲ ନିକଟରେ ଅପରାହ୍ନ ୨ ଟା ସମୟରେ ଏକ କାର୍ ସହିତ ଏକ ସ୍କୁଟିର ମୁହାଁମୁହିଁ ଧକ୍କା ହେବାଫଳରେ ସ୍କୁଟି ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ।
କାରଟି ଏକ କାଦୁଅ ବିଲକୁ ଖସିଯାଇଛି । ଖବରପାଇ ବାଣିଗୋଛା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ସେଠାରେ ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: