Videos
|
Odisha

ଚୋରା କାଠ ବୋଝେଇ ସ୍କର୍ପିଓ‌ ଜବତ , କାଠ ମାଫିଆ ଫେରାର

Ritu Das
Browse all articles by Ritu Das
·2 years ago
ଚୋରା କାଠ ବୋଝେଇ ସ୍କର୍ପିଓ‌ ଜବତ , କାଠ ମାଫିଆ ଫେରାର

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ନିକଟରୁ ବନ ବିଭାଗ ଏକ ଚୋରା କାଠ ବୋଝେଇ ସ୍କର୍ପିଓ ଜବତ କରିଛି।‌ ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରୁ ଏକ ସ୍କର୍ପିଓ ଯୋଗେ ଭଦ୍ରକକୁ କାଠ ଚୋରା ଚାଲାଣ ହେଉଥିଲା। ଏ ସମ୍ପର୍କରେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ୨୦ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରିଥିଲେ।‌ 

ଚଢ଼ାଉ ସମୟରେ କୋଳିମାଟି ନିକଟରେ ବନ ବିଭାଗକୁ ଦେଖି କାଠ ମାଫିଆ ଗାଡି ଛାଡି ଘଟଣା ସ୍ଥଳରୁ ଦୌଡି ଫେରାର ହୋଇଯାଇଥିବା ବେଳେ କାଠ ବୋଝେଇ ସ୍କର୍ପିଓ ଟିକୁ ବନ ବିଭାଗ ଜବତ କରିଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ପାଖାପାଖି ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।‌ 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Scorpio seized | Argus News