Videos
|
Odisha

ଚିକିତ୍ସା ବିଳମ୍ବ ହେଲେ  ଘାତକ ହୋଇପାରେ ସ୍କ୍ରବ ଟାଇପସ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଚିକିତ୍ସା ବିଳମ୍ବ ହେଲେ  ଘାତକ ହୋଇପାରେ ସ୍କ୍ରବ ଟାଇପସ 

ଭୁବନେଶ୍ୱର:  ଡରାଇଲାଣି ସ୍କ୍ରବ ଟାଇପସ। ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ।  ବରଗଡ଼ ଜିଲ୍ଲାରୁ ମୃତ ୪ ଜଣ ସ୍କ୍ରବ ଟାଇପସ୍ ଦ୍ଵାରା ସଂକ୍ରମିତ ହୋଇଥିବା ସନ୍ଦେହ। ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟ ହୋଇଥିବା ବେଳେ ଚତୁର୍ଥ ବ୍ୟକ୍ତି ବରଗଡର। ଯାହାଙ୍କର ରାଜ୍ୟ ବାହାରେ  ମୃତ୍ୟ ହୋଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ୩ ଟି ଅଲଗା ଅଲଗା ଜାଗାରୁ କେସ ଆସିଥିଲା। ତାଙ୍କ ଗାଁକୁ ଟିମ୍ ପଠାଯାଇଛି। ଆଉ କେହି ଆଖପାଖ ଅଞ୍ଚଳରେ ସଂକ୍ରମିତ ଅଛନ୍ତି କି ତାହା ଅନୁଧ୍ୟାନ କରାଯିବ। ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କାହାରିକୁ ହେଇଛି କି ନାହିଁ ତାହା ପରୀକ୍ଷା କରାଯିବ। ଗତ ମାସରେ ୨୦ ଟେଷ୍ଟ ହୋଇଥିଲା ଯେଉଁଥିରୁ ୩ ଜଣ ସଂକ୍ରମିତ ହୋଇଥିଲେ।

ଯଦିଓ ଏହା ମହାମାରୀ ନୁହେଁ କିନ୍ତୁ ସାବଧାନ ନ ହେଲେ ବିପଦ। ଏଲିସା ମେଥଡ ରେ ଏହାକୁ ଚିହ୍ନଟ କରାଯାଇପାରିବ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଏହାର ପରୀକ୍ଷା କରାଯାଉଛି। ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ। ଜଙ୍ଗଲିଆ ଅଞ୍ଚଳରେ ବୁଲାବୁଲି ସମୟରେ ଏକ୍ସପୋଜ ହେଉଥିବା ଜାଗାକୁ ଟିକ କମୁଡ଼ିଥାନ୍ତି। ଟିକ କାମୁଡିବା ପରେ ନାଲି ଚିହ୍ନ ଦେଖାଯିବ। ଏହା ପରେ ଦେହରେ ଜର ରହିବ। ଗୋଡ଼ ହାତରେ ଯଦି କାମୁଡ଼ା ଚିହ୍ନ ରହିଛି, ଯଦି ତାହା କୁଣ୍ଡେଇ ହେଉଛି କିମ୍ବା ଫୁଲିଯାଉଛି। ତେବେ ତାଙ୍କୁ ଡାକ୍ତରଖାନାରେ  ତୁରନ୍ତ ଚିକିତ୍ସା କରନ୍ତୁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Scrub typhus can be fatal if treatment is delayed | Argus News