Scrub Typhus in Sundargarh / ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍, ଆକ୍ରାନ୍ତଙ୍କ ସଂଖ୍ୟା ୯୧୦କୁ ବୃଦ୍ଧି
·1 hour ago·2 min read

Key Points
ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ୍ ଟାଇଫସ୍
ଗତ ୨୪ ଘଣ୍ଟାରେ ୬୨ ନୂଆ ଚିହ୍ନଟ
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
ଗତ ୨୪ ଘଣ୍ଟାରେ ୬୨ ନୂଆ ଚିହ୍ନଟ
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
ସୁନ୍ଦରଗଡ଼ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୯୧୦ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୬୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶେଷକରି ରାଉରକେଲା ସହରାଞ୍ଚଳରେ ସ୍ଥିତି ଚିନ୍ତାଜନକ ରହିଛି । ଅନ୍ୟପଟେ ରାୟଗଡ଼ାରେ ଡାୟାରିଆ ଓ ସୁନ୍ଦରଗଡ଼ର ସ୍କ୍ରବ୍ ଟାଇଫସ୍ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ନଜର ରଖିବା ସହ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ନିୟୋଜିତ କରିଛି ।
ସୁନ୍ଦରଗଡ଼ ଜିଲ୍ଲାରେ ଥମିବାର ନାଁ ନେଉନି ସ୍କ୍ରବ୍ ଟାଇଫସ୍ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଚଳିତ ବର୍ଷ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେବଳ ରାଉରକେଲା ସହରରୁ ସର୍ବାଧିକ ୧୫୦ ଜଣ ରୋଗୀ ଚିହ୍ନଟ ହୋଇସାରିଲେଣି । ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୯୧୦ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୬୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରୋଗର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ତେବେ କୌଣସି ରୋଗୀ ଗୁରୁତର ନଥିବାରୁ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଓ ରାୟଗଡ଼ାରେ ଡାୟାରିଆ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି । ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତିର ଅନୁଧ୍ୟାନ ସହ ଲକ୍ଷଣ ଆଧାରରେ ତଥ୍ୟ ସଂଗ୍ରହ କରୁଛନ୍ତି । ELISA ଓ କନଫର୍ମେଟୋରୀ ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ସେହିପରି ଡାୟାରିଆ ନିୟନ୍ତ୍ରଣ ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ, ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଉଛି ।
ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗାଁ ଗାଁରେ ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ସଚେତନ କରାଉଛନ୍ତି । ଜଙ୍ଗଲ କିମ୍ବା ବିଲକୁ ଗଲାବେଳେ ଗୋଡ଼-ହାତ ଢାଙ୍କି ହୋଇ ରହିବା ଭଳି ପୂରା ପୋଷାକ ପିନ୍ଧିବା ଏବଂ ଜ୍ୱର ଲକ୍ଷଣ ଦେଖାଦେଲେ ବିନା ବିଳମ୍ବରେ ତୁରନ୍ତ ଡାକ୍ତରଖାନା ଆସି ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଉଛି । ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ, ସଚେତନତା ଏବଂ ସଠିକ୍ ସମୟରେ ଚିକିତ୍ସା ଦ୍ୱାରା ହିଁ ଏହି ସଂକ୍ରମଣକୁ ରୋକାଯାଇପାରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories