Composite LPG Cylinder / ଭୁବନେଶ୍ଵରରେ ୧୦ କେଜି ବିଶିଷ୍ଟ ‘XTRALITE NOW’ କମ୍ପୋଜିଟ୍ ସିଲିଣ୍ଡରର ଶୁଭାରମ୍ଭ
·1 hour ago·2 min read

Key Points
ଏଣିକି ମାତ୍ର ୩ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର!
ସୁରକ୍ଷିତ ଓ ବ୍ଲାଷ୍ଟ ଭୟମୁକ୍ତ ଅତ୍ୟାଧୁନିକ ସିଲିଣ୍ଡର ‘XTRALITE NOW’
ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଅଭିନବ ପଦକ୍ଷେପ

ଭୁବନେଶ୍ଵର: ଏଣିକି ଗ୍ୟାସ୍ ସିଲିଣ୍ଡର ପାଇଁ ଆଉ ଦିନ ଦିନ ଅପେକ୍ଷା କରିବାକୁ ପଡ଼ିବନି । ଘରୋଇ ଏଲପିଜି ବ୍ୟବହାରକୁ ଆହୁରି ସହଜ, ସୁରକ୍ଷିତ ଓ ଆରାମଦାୟକ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ନେଇଛି ଅଭିନବ ପଦକ୍ଷେପ ‘XTRALITE NOW’ ।
ବୁକିଂ କରିବାର ମାତ୍ର ୩ ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ପାଖରେ ୧୦ କେଜି ବିଶିଷ୍ଟ ‘XTRALITE NOW’ କମ୍ପୋଜିଟ୍ ସିଲିଣ୍ଡର ପହଞ୍ଚାଇବାର କରାଯାଇଛି ବ୍ୟବସ୍ଥା । ପାରମ୍ପରିକ ଓଜନିଆ ଷ୍ଟିଲ୍ ସିଲିଣ୍ଡର ତୁଳନାରେ ଏହା ପ୍ରାୟ ଅଧା ଓଜନର ହୋଇଥିବାରୁ ଏହାକୁ ବୋହିବା ବା ଉଠାଇବା ମଧ୍ୟ କଷ୍ଟକର ହେବ ନାହିଁ ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ଖତ ଖାଇଯିବ ଲକ୍ଷ ଲକ୍ଷ ଗାଡ଼ି; ନୂଆ ନିୟମ ପରେ ଗାଡ଼ି ମାଲିକଙ୍କ ମନରେ ଛନକା
ପୁରୁଣା ଷ୍ଟିଲ୍ ସିଲିଣ୍ଡର ପରି ଏଥିରେ ରୋଷେଇ ଘରର ଚଟାଣରେ ଜଙ୍କ୍ ଲାଗିବାର ବି କୌଣସି ଭୟ ନାହିଁ । ଏହାର ସ୍ୱଚ୍ଛ ବଡି ଯୋଗୁଁ ସିଲିଣ୍ଡର ଭିତରେ କେତେ ପରିମାଣର ଗ୍ୟାସ୍ ବାକି ଅଛି, ତାହା ମଧ୍ୟ ବାହାରୁ ସହଜରେ ଦୃଶ୍ୟମାନ ହେବ । ସବୁଠୁ ବଡ଼ କଥା ହେଉଛି, ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଭରସାଯୋଗ୍ୟ ଅଟେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଭିନ୍ନ ସହରରେ ଏହି ସିଲିଣ୍ଡରର ମୂଲ୍ୟ...

ଏହାକୁ କିପରି କରିବେ ବୁକିଂ?
IndianOil ONE App, WhatsApp, IVRS କିମ୍ବା ଆପଣଙ୍କ ନିକଟସ୍ଥ ଇଣ୍ଡେନ୍ ବିତରକଙ୍କ ଜରିଆରେ ଏହାକୁ ବୁକ୍ କରି ହେବ ।
ଏଥିପାଇଁ କୌଣସି ଜଟିଳ କାଗଜପତ୍ରର ଆବଶ୍ୟକତା ନାହିଁ ।
କେବଳ ଏକ ସାଧାରଣ ପରିଚୟ ପତ୍ର ଦେଇ ନୂତନ ସଂଯୋଗ ମିଳିପାରିବ ।
କେବେ କେବେ ଷ୍ଟିଲ ସିଲିଣ୍ଡର ବ୍ଲାଷ୍ଟ କରୁଥିବା ବେଳେ ସେଥିରେ ଅନେକ କିଛି କ୍ଷୟକ୍ଷତି ଘଟିଥାଏ । ମାତ୍ର ଏଥିରେ ସୁରକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିବାରୁ ଏଥିରେ ବ୍ଲାଷ୍ଟ ହେବାର ସମ୍ଭାବନା ନାହିଁ ।
ଏହା ପୂର୍ବରୁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (BPCL) ଏକ ନୂତନ ପଦକ୍ଷେପ ଗ୍ରହଣ କରି ନୂଆ ୧୦ କିଲୋଗ୍ରାମ ସିଲିଣ୍ଡର ଲଞ୍ଚ କରିଥିଲା । ଏହି ସେବାର ନାମ ହେଉଛି 'ଭାରତଗ୍ୟାସ୍ ଲାଇଟ୍ ଜିପ୍' ।
ବିପିସିଏଲ କହିଛି ଯେ ଏହା ଭାରତଗ୍ୟାସ୍ ଲାଇଟ୍ ଜିପ୍ ଯୋଜନାକୁ ଅଗଷ୍ଟ ୧୫, ୨୦୨୬ ସୁଦ୍ଧା ୨୪ଟି ରାଜ୍ୟର ଆଉ ୧୦୦ଟି ସହରରେ ବିସ୍ତାର କରିବାକୁ ଯୋଜନା ରହିଛି। ଅର୍ଡର କରିବାର ୪ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ସିଲିଣ୍ଡର ।

Related Topics
Explore more stories