Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମୁଦ୍ରରେ ଚାଲିଛି କୋକେନ୍‌ ଖୋଜା

Odisha

ସମୁଦ୍ରରେ ଚାଲିଛି କୋକେନ୍‌ ଖୋଜା

Banajyotshna Ray
Browse all articles by Banajyotshna Ray
·2 years ago
ସମୁଦ୍ରରେ ଚାଲିଛି କୋକେନ୍‌ ଖୋଜା

ଅର୍ଗସ ବ୍ୟୁରୋ:  ଜାହାଜ ପାଣିଟାଙ୍କିରେ ଖୋଜା ଚାଲିଛି କୋକେନ । ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ସମୁଦ୍ର ବୁଡ଼ାଳି ସ୍କୁବାମ୍ୟାନଙ୍କ ସହାୟତାରେ ଚାଲିଛି ଖୋଜା । ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟରେ ଷ୍ଟିଲ କଏଲ ନେଇ ଡେନମାର୍କ ଯିବାକୁ ଥିବା ଭେସେଲ ଦେବୀରୁ 220 କୋଟି ଟଙ୍କାର କୋକେନ ମିଳିବା ଘଟଣା ଆହୁରି ରୋଚକ ମୋଡ଼ ନେଇଛି । ଗତ 1 ତାରିଖରେ ଜାହାଜର କ୍ରେନ ଚାମ୍ବରରୁ ମିଳିଥିବା ଏହି କୋକେନକୁ ନେଇ 11 ଦିନ ହେବ କଷ୍ଟମ ବିଭାଗ, ଏନସିବି ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ ଟେଷ୍ଟ ପାଇଁ କୁଜଙ୍ଗ କୋର୍ଟଙ୍କ ଅନୁମତି ମିଳିଛି ।

ଗତକାଲି ସନ୍ଧ୍ୟାଠାରୁ ଭାରତୀୟ ତଟରକ୍ଷୀ ବାହିନୀର ସ୍ଵତନ୍ତ୍ର ସମୁଦ୍ର ବୁଡ଼ାଳି ସ୍କୁବା ମ୍ୟାନଙ୍କ ସହାୟତା ନିଆଯାଇଛି କୋକେଲ ଖୋଜିବା ପାଇଁ । ସେହିପରି ଏବେ ୧୦ ଜଣଙ୍କୁ ସ୍କାନରକୁ ନିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
scuba dives into the sea looking for cocaine | Argus News