Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - 265 ଜଣଙ୍କ ମଧ୍ୟରୁ 95 ଜଣ କୋଟିପତି; ଦିଲୀପ ରାୟ ସବୁଠୁ ଧନୀ

Odisha

265 ଜଣଙ୍କ ମଧ୍ୟରୁ 95 ଜଣ କୋଟିପତି; ଦିଲୀପ ରାୟ ସବୁଠୁ ଧନୀ

Smruti Parija
Browse all articles by Smruti Parija
·2 years ago·2 min read
265 ଜଣଙ୍କ ମଧ୍ୟରୁ 95 ଜଣ କୋଟିପତି; ଦିଲୀପ ରାୟ ସବୁଠୁ ଧନୀ

ଭୁବନେଶ୍ୱର:  ଦ୍ଵିତୀୟ ପର୍ଯ୍ୟାୟର 35 ବିଧାନାଭାରେ 265 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ  87 ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ 26 ଜଣଙ୍କ ନାମରେ ଗୁରୁତର ଅପରାଧ ରହିଥିବାବେଳେ  5 ଜଣଙ୍କ ନାମରେ ହତ୍ୟା ଅଭିଯୋଗ ମାମଲା ରହିଛି ।  16 ଜଣ ହତ୍ୟା ଉଦ୍ୟମ ମାମଲାରେ ଜଡିତ ଥିବାବେଳେ  11 ଜଣ ମହିଳା ସମ୍ପର୍କିତ ମାମଲାରେ ଜଡିତ । ଦଳ ଭିତ୍ତିକ ଦେଖିଲେ ଏହି ପର୍ଯ୍ୟାୟରେ ବିଜେପିର 17  ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବାବେଳେ କଂଗ୍ରେସର 9 ଜଣ ଓ ବିଜେଡ଼ିର ଏହି ପର୍ଯ୍ୟାୟରେ 4 ଜଣ ଅପରାଧିକ ପୃଷ୍ଠ ଭୂମି ଥିବା ବ୍ୟକ୍ତି ପ୍ରାର୍ଥୀ ହୋଇଛନ୍ତି ।

ଏହି ପର୍ଯ୍ୟାୟରେ 265 ଜଣଙ୍କ ମଧ୍ୟରୁ 95 ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି । ଏମାନଙ୍କୁ ମଧ୍ୟରୁ ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲୀପ ରାୟ ସବୁଠୁ ଧନୀ । ଦିଲ୍ଲୀପଙ୍କ 313 କୋଟିରୁ ଅଧିକ ସମ୍ପତ୍ତି ରହିଥିବା ବେଳେ  ଦ୍ଵିତୀୟ ଧନୀ ପ୍ରାର୍ଥୀ ଭାବେ କଳିକେଶ ନାରାୟଣ ସିଂଦେଓ ରହିଛନ୍ତି । ତାଙ୍କର 73 କୋଟିରୁ ଉର୍ଦ୍ଧ ସ୍ଥାବର ଅସ୍ଥବର୍ ସମ୍ପତି ରହିଛି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କର ସମ୍ପତି 71 କୋଟି ଟଙ୍କା ରହିଛି । ଏହି କ୍ରମରେ ବୌଦ୍ଧରୁ ସ୍ଵାଧୀନ ପ୍ରାର୍ଥୀ ହୋଇଥିବା ସବୁଠୁ ଗରିବ ପ୍ରାର୍ଥୀ । ତାଙ୍କର ସ୍ଥାବର ଅସ୍ଥାବର୍ ସମ୍ପତି ମାତ୍ର 7 ହାଜର ଟଙ୍କା । ଏହି କ୍ରମରେ 10 ଜଣ ଗରିବ ପ୍ରାର୍ଥୀ ରହିଛନ୍ତି । 

265 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 53 ଜଣ ସ୍ନାତକ ଡିଗ୍ରୀଧାରୀ ରହିଥିବା ବେଳେ 34 ଜଣ ପ୍ରାର୍ଥୀ ସ୍ନାତକ ସହ ପ୍ରଫେସନାଲ କୋର୍ସ କରିଥିବା ପ୍ରାର୍ଥୀ ରହିଛନ୍ତି । 31 ଜଣ ପ୍ରାର୍ଥୀ ସ୍ନାତୋକତର ପ୍ରାର୍ଥୀ ତେବେ ବିଡ଼ମ୍ବନାର ବିଷୟ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 34 ଜଣ ପ୍ରାର୍ଥୀ ମେଟ୍ରିକ୍ ଫେଲ ପ୍ରାର୍ଥୀ ରହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର..

Argus Whatsapp Channel Mobile Top
Sponsored
SECOND-PHASE-ADR-REPORT-DECLARED | Argus News