Videos
|
Odisha

ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ "ସୁଭଦ୍ରା ଟଙ୍କା"

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ "ସୁଭଦ୍ରା ଟଙ୍କା"

ଅର୍ଗସ ବ୍ୟୁରୋ : ଦଶହରାରେ ସୁଭଦ୍ରା ଭେଟି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ : ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା,ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରୁ ଉପକୃତ ହୋଇଥିବା ବେଳେ କିଛିଦିନ ମଧ୍ୟରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି । ଏଯାଏ ଏହି ଯୋଜନାରେ ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ୍ ସରକାର ପ୍ରତିଶ୍ରୁତି ଅନୁଯାୟୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବ ସରକାର ମିଶନ ଶକ୍ତି ନାମରେ ମହିଳାଙ୍କୁ ସଶକ୍ତୀକରଣ ପାଇଁ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିନା ସୁଧରେ ଦିଆଯାଉଥିବା ଋଣ ଟଙ୍କା ପାଇଁ କେନ୍ଦ୍ର ସରକାର ୭ ପ୍ରତିଶତ ଓ ନବୀନ ସରକାର ୪ ପ୍ରତିଶତ ସୁଧ ଦେଉଥିଲେ । କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ହରିଲୁଟ୍ କରାଯାଉଥିଲା, ତାହାର ଏବେ ପର୍ଦ୍ଦାଫାଶ ହୋଇଛି । ବିଜେପିର ଉଦ୍ଦେଶ୍ୟ ଜନ କଲ୍ୟାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଏକ କୋଟି ପାର ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: