Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେବେ ୭୯ ଲକ୍ଷ ୬୯ ହଜାର ଭୋଟର

Smruti Parija
Browse all articles by Smruti Parija
·2 years ago·1 min read
ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେବେ ୭୯ ଲକ୍ଷ  ୬୯ ହଜାର ଭୋଟର

ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । 5 ଟି ସଂସଦୀୟ କ୍ଷେତ୍ରର 35 ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଯେଉଁଠି ମୋଟ ଭୋଟର ସଂଖ୍ୟା 79 ଲକ୍ଷ 69 ହଜାର 887 । ଏହି ସ୍ଥାନରେ 9162 ଟି ମତଦାନ କେନ୍ଦ୍ର ରହିବ । 1041 ଟି ବୁଥ୍ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ । 25 ଟି ବୁଥ୍ pwd କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । 1541 ଆଦର୍ଶ ବୁଥ୍ ହେବ ।  

24 ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି । ଏହିଠାରେ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ସବୁଠାରୁ ଅଧିକ କନ୍ଧମାଳ 22, ଗଞ୍ଜାମରେ 20, ସୁନ୍ଦରଗଡ 16, ବଲାଙ୍ଗୀର ଓ ବରଗଡ଼ରେ 14 ଲେଖାଏଁ, ଝାରସୁଗୁଡା ଓ ବୌଦ୍ଧ 5 ଲେଖାଏଁ, ସୁବର୍ଣ୍ଣପୁର 4, ନୟାଗଡ଼ରେ 2 । 35 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀ ରହିଛନ୍ତି । ସେଥି ମଧ୍ୟରୁ 41 ଜଣ ମହିଳା ପ୍ରାର୍ଥୀ । 5 ସଂସଦୀୟ କ୍ଷେତ୍ରରେ 40 ଜଣ ପ୍ରାର୍ଥୀ ରହିଛନ୍ତି ।

ରାଜ୍ୟରେ ଜବତ ଟଙ୍କାର ତଥ୍ୟ 
କ୍ୟାସ 17 କୋଟି 18 ଲକ୍ଷ
31 ଲକ୍ଷ ଲିଟର ମଦ ଜବତ
73 କୋଟି ଟଙ୍କାର ଡ୍ରଗସ୍ ଜବତ 
ସବୁଠାରୁ ଅଧିକ ବରଗଡ଼ରେ 1 କୋଟି ରୁ ଅଧିକ ଟଙ୍କାର କ୍ୟାସ ଜବତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
Second round of voting; 79 lakh 69 thousand voters will vote | Argus News