Videos
|
Odisha

ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥା, ଯୁବତୀଙ୍କୁ କମେଣ୍ଟ ମାରିଲେ ଯିବେ ଜେଲ୍‌ 

Manini Pattanayak
Browse all articles by Manini Pattanayak
·2 years ago·1 min read
ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥା, ଯୁବତୀଙ୍କୁ କମେଣ୍ଟ ମାରିଲେ ଯିବେ ଜେଲ୍‌ 

ଭୁବନେଶ୍ୱର:  ହୋଲି ପାଇଁ ଭୁବନେଶ୍ୱର ପୋଲିସ ର ସୁରକ୍ଷା ବ୍ୟବସ୍ଥା । 31ଟି ସ୍ଥାନରେ ପୋଲିସ ଅମାନିଆକୁ ଜଗିବ।  ସେହିପରି ପିସିଆର ସହ 17 ଟି ମୋବାଇଲ ଭେଇକିଲ ବୁଲିବେ।  ଅମାନିଆଙ୍କ ଉପରେ ସିସିଟିଭି ରେ ନଜର ରଖିବ ପୋଲିସ।  ଏଥିସହିତ ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ହେବେ। 4 ଟି ଗାଧୁଆ ତୁଠ ରେ ଜଗିବ ପୋଲିସ । ସେହିପରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ।  

ଜଣେ dsp ଙ୍କ ନେତୃତ୍ୱରେ ଜାଞ୍ଚ କରାଯିବ।  4ଜଣ adcp ଙ୍କ ନେତୃତ୍ୱରେ 8 ଜଣ ଏସିପି ସହ iic, ସହ 15 ପ୍ଲାଟୁନ ଫୋର୍ସ ମୁତୟନ ହେବେ। ହୋଲି ରେ ମଦ ପିଇ ଗାଡି ଚଳାଇଲେ ଧରିବ ପୋଲିସ।  ହୋଲି ରେ ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଜଗିବ ମହିଳା ପୋଲିସ। ରୋଡ଼ ରୋମିଓଙ୍କୁ ମଧ୍ୟ ଜଗିବ ପୋଲିସ । ହୋଲି ନାମ ରେ କମର୍ସିଆଲ ପାର୍ଟି କରୁଥିଲେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଦବାକୁ ପଡିବ।  ପାର୍ଟି ରେ ନିଶା କାରବାର ଉପରେ ନଜର ରଖିବ ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: