Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - 2024 ସାଧାରଣ ନିର୍ବାଚନ ପାଇଁ ସୁରକ୍ଷା ପ୍ରସ୍ତୁତି 

Odisha

2024 ସାଧାରଣ ନିର୍ବାଚନ ପାଇଁ ସୁରକ୍ଷା ପ୍ରସ୍ତୁତି 

Smruti Parija
Browse all articles by Smruti Parija
·2 years ago·1 min read
2024 ସାଧାରଣ ନିର୍ବାଚନ ପାଇଁ ସୁରକ୍ଷା ପ୍ରସ୍ତୁତି 

ଅର୍ଗସ ବ୍ୟୁରୋ: 2024 ସାଧାରଣ ନିର୍ବାଚନ ପାଇଁ ସୁରକ୍ଷା ପ୍ରସ୍ତୁତି ।  ଜିଲ୍ଲା ବର୍ଡରରେ ଓ ରାଜ୍ୟ ବର୍ଡ଼ରରେ ପାରା ମିଲିଟାରୀ ଫୋର୍ସ ମୁତୟନ ନେଇ ନିଷ୍ପତି ହୋଇଛି । ଓଡିଶାରେ ମୁତୟନ ହୋଇଛନ୍ତି 75 କମ୍ପାନୀ ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ । 35 କମ୍ପାନୀ CRPF, 35 କମ୍ପାନୀ BSF ଓ 5 କମ୍ପାନୀ CISF ଫୋର୍ସ ମୁତୟନ ହୋଇଛନ୍ତି । ଦୁଇଟି ପର୍ଯ୍ୟାୟରେ ପ୍ରି ପୋଲ୍ ପାଇଁ ସମସ୍ତ ଫୋର୍ସ ମୁତୟନ ହୋଇ ସାରିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସିଆରପିଏଫ ଆଇଜି ଅର୍ଚନା ସିଭରେ । 

ପେଟ୍ରୋଲିଂ ସହ ନକ୍ସଲ ବିରୋଧୀ ଅପରେସନରେ ଏବେ ପାରା ମିଲିଟାରୀ ଫୋର୍ସ କାମ କରୁଛି । ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ କେନ୍ଦ୍ର ଗୃହ ବିଭାଗ CRPF ଆଇଜିଙ୍କୁ ଷ୍ଟେଟ ଫୋର୍ସ କୋଡିନେଟର ଦାୟିତ୍ତ୍ବ ଦିଆଯାଇଛି । ପ୍ରି ପୋଲ୍ ସମୟରେ ପାରା ମିଲିଟାରୀ ଫୋର୍ସ କ'ଣ କାମ କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ନିର୍ବାଚନ କମିଶନଙ୍କୁ ପଠାଯାଉଛି । ଛତିଶଗଡ ବର୍ଡରରୁ ନକ୍ସଲ ଅନୁପ୍ରବେଶ ସମ୍ଭାବନାକୁ ଦୃଷ୍ଟିରେ ରଖି 2023ରେ CRPF 4 ଟି ନୂଆ କ୍ୟାମ୍ପ ଲଗାଇଛି ଯେଉଁଠି କୋବ୍ରା ଫୋର୍ସ ମୁତୟନ ହୋଇଛନ୍ତି । 

ନକ୍ସଲ ଅଞ୍ଚଳରେ ମୁତୟନ ଥିବା ପେଟ୍ରୋଲିଙ୍ଗ୍ ଗାଡି ଉପରେ ହେଡ୍ କ୍ୱାର୍ଟରରୁ ନଜର ରଖାଯିବ । ଓଡିଶାରେ ଓଡ଼ିଆ ନକ୍ସଲ ନାହାନ୍ତି ବୋଲି କହିଛନ୍ତି ସିଆରପିଏଫ ଆଇଜି । ଗତ କିଛି ମାସ ଭିତରେ ଯିଏ ବି ଧରା ପଡିଛନ୍ତି ସମସ୍ତେ ଛତିଶଗଡ଼ର ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored
Security preparations for 2024 general elections | Argus News