Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନୂଆବର୍ଷ ପାଇଁ 29 ଜାଗାରେ ନାକା ବନ୍ଦୀ କରିବ ପୋଲିସ

Odisha

ନୂଆବର୍ଷ ପାଇଁ 29 ଜାଗାରେ ନାକା ବନ୍ଦୀ କରିବ ପୋଲିସ

Smruti Parija
Browse all articles by Smruti Parija
·2 years ago
ନୂଆବର୍ଷ ପାଇଁ 29 ଜାଗାରେ ନାକା ବନ୍ଦୀ କରିବ ପୋଲିସ

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । 2023କୁ ବିଦାୟ ଦେଇ 2024କୁ ସ୍ୱାଗତ କରିବାକୁ ସମସ୍ତେ ବ୍ୟାକୁଳ ।  ଭୋଜି ଭାତ, ନାଚଗୀତ କରିବାରେ ସମସ୍ତେ ବ୍ୟସ୍ତ । ବଡ ବଡ ହୋଟେଲ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 29 ଜାଗାରେ ନାକା ବନ୍ଦୀ କରିବ ପୋଲିସ । 18 ଟି ସ୍ଥାନରେ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ ଚେକିଂ କରାଯିବ । ଯେ କୌଣସି ପରସ୍ଥିତିର ମୁକାବିଲା ପାଇଁ 4 ଟି କୁଇକ୍ ଆକ୍ସନ୍ ଟିମ୍ ସହ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପ୍ରସ୍ତୁତ ହୋଇ ରହିବେ । ରାଜଧାନୀ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ 4 ଅତିରିକ୍ତ ଡିସିପି, 7  ଏସିପି ଓ 24 ଇନ୍ସପେକ୍ଟରଙ୍କ ସହ 14 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
security-tightend-in-bhubaneswar-for-new-year | Argus News