ପୋଲିସକୁ ଦେଖି କଟା ଗୋ ମାଂସ ଛାଡି ଦୌଡ଼ି ପକାଇଲେ ଦୁର୍ବୃତ୍ତ
·2 years ago·1 min read

ସୁବର୍ଣ୍ଣପୁର: ପୋଲିସକୁ ଦେଖି କଟା ଗୋ ମାଂସ ଛାଡି ଦୌଡ଼ି ପକାଇଲେ ଦୁର୍ବୃତ୍ତ। ଏଭଳି ଏକ ସମ୍ବେଦଂଶୀଳ ଘଟଣା ଦେଖିବାକୁ ମିଲିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଠାରେ | ସସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍ ରାମପୁର ଠାରେ ଏକ ଘଞ୍ଚ ବୁଦା ଆଢୁଆଲରେ ଏକ ଗୋରୁକୁ ହତ୍ୟା କରାଯିବା ପରେ ଗୋରୁ ମାଂସ କଟାଯାଉଥିବା ଖବର କୌଣସି ସୂତ୍ରରୁ ପାଇ ରାମପୁର ଆଇଆଇସି ପଦ୍ମାସିନୀ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଜେଡି ପଧାନ ଏବଂ କନେଷ୍ଟବଳ ନାରାୟଣ ରଣବିଡା ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ତେବେ ପୋଲିସ କୁ ଦେଖି କଟା ଗୋରୁ ମାଂସ ଛାଡି ଅତର୍କିତ ଭାବେ ଦୁର୍ବୃତ୍ତ ଦୌଡ଼ି ପଳାଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ରାମପୁର ପୋଲିସ ଛଅଟି ସାଇକଲ ଏବଂ ଗୋଟିଏ ବାଇକ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଆଇଆଇସି ପଦ୍ମାସିନୀ ମେହେର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: