Videos
|
Odisha

3 ଶହ କୋଟିରୁ ଅଧିକ ଟଙ୍କାର ନଗଦ ଟଙ୍କା ଜବତ, ମେସିନରେ ଚାଲିଛି ନୋଟଗଣା

Banajyotshna Ray
Browse all articles by Banajyotshna Ray
·2 years ago·2 min read
3 ଶହ କୋଟିରୁ ଅଧିକ ଟଙ୍କାର ନଗଦ ଟଙ୍କା ଜବତ, ମେସିନରେ ଚାଲିଛି ନୋଟଗଣା

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ପ୍ରଥମ ଥର ପାଇଁ ଶହ ଶହ କୋଟିର ନଗଦ କ୍ୟାସ ଜବତ। ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା। ଏତେ ଟଙ୍କା ଯେ ହାତରେ ଗଣିବା ସମ୍ୱଭବ ହେଲାନାହିଁ । ମେସିନରେ ଗଣାହେଲା । ଏସବୁ ଟଙ୍କା ମଦ ବେପାରୀ ଧୀରଜ ସାହୁ, ସଂଜୟ ସାହୁ, ଦୀପକ ସାହୁ, ରାଜେଶ ସାହୁଙ୍କର ବୋଲି ଅଭିଯୋଗ ହୋଇଛି। ବିଦେଶୀ ଓ ଦେଶୀ ମଦ କାରବାରରୁ କଳାଧନ ଅର୍ଜନ କରି ଟିକସ ଫାଙ୍କିଛନ୍ତି ସାହୁ ଆଣ୍ଡ କୋ । ଏମାନଙ୍କ ଭିତରୁ ଧୀରଜ ସାହୁ ହେଉଛନ୍ତି ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ସାଂସଦ ଧୀରଜ ସାହୁଙ୍କ ମଦ ଫ୍ୟାକ୍ଟ୍ରି ସହ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଓ ରାଣୀସତୀ ଗ୍ରୁପ୍ ଅଫ୍ କମ୍ପାନୀରେ ଚଢ଼ାଉ କରିଛି ଆୟକର ବିଭାଗ। ଓଡ଼ିଶା, କୋଲକାତା ଓ ଝାଡ଼ଖଣ୍ଡର 25ଟି ସ୍ଥାନରେ ହୋଇଛି ଏକକାଳୀନ ଚଢ଼ାଉ । କମ୍ପାନୀର ଏକାଧିକ ଡାଇରେକ୍ଟର ଓ ଏମଡିଙ୍କ ଘରେ ମଧ୍ୟ ରେଡ ହୋଇଛି ।

ଓଡ଼ିଶାର ବଲାଙ୍ଗିର, ଭୁବନେଶ୍ବର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲାରେ ହୋଇଛି ଆଇଟି ରେଡ୍।  କେବଳ ବଲାଙ୍ଗିରରୁ ଧୀରଜ ସାହୁଙ୍କ ମଦଭାଟି ଓ ଭାଟି ମ୍ୟାନେଜର ଅଫିସରୁ ଜବତ ହୋଇଛି 2 ଶହ କୋଟିରୁ ଅଧିକ ଟଙ୍କା। ସମ୍ବଲପୁରରୁ ବି ରେଡ ବେଳୁ ମିଳିଛି ବେଆଇନ ଟଙ୍କା । ସମ୍ବଲପୁର କ୍ଷେତରାଜପୁର ଥାନା ବଡବଜାର ଦେଶୀ ମଦ ଭାଟିରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି । ସେହିପରି ଧନୁପାଲି ଥାନା ଅଞ୍ଚଳର ଏକ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରାଯାଇଛି । ଭୁବନେଶ୍ବରରେ ବି ହୋଇଛି ଆଇଟି ରେଡ୍। ୟା ଭିତରେ ବେଶୀ ଚର୍ଚ୍ଚାରେ ଅଛି ଟିଟଲାଗଡ଼। ଟିଟଲାଗଡ଼ରେ ମଦ ବେପାରୀ ସାହୁ ବ୍ରଦର୍ସଙ୍କ ରହିଛି ଘରୋଇ ସ୍କୁଲ । ମଦ ବେପାରରେ ଏମାନଙ୍କ ଏକଚାଟିଆ ଅଧିକାରୀ। ସରକାରୀ ପ୍ରୋତ୍ସାହନରେ ଚଲାଇଥିଲେ ସାମ୍ରାଜ୍ୟ। ଯାହାକୁ ନେଇ ସନ୍ଦେହ ଘେରରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ । Sh's ଭୁବନେଶ୍ବରରେ ଆୟକର ବିଭାଗର ଡାଇରେକ୍ଟର ଜେନେରାଲ ସଞ୍ଜୟ ବାହାଦୂର । ରାଜ୍ୟରେ ଚାଲିଥିବା ବଡ଼ ଧରଣର ରେଡ୍‌କୁ ନେଇ ତର୍ଜମା କରିଛନ୍ତି ।

ସେପଟେ ସୁନ୍ଦଗରଗଡ଼ ଓ ରାଉରଲେକାରେ ମଧ୍ୟରେ ଆଇଟି ରେଡ୍। ମଦ ବେପାରୀ ରାଜ କିଶୋର ଜସୱାଲ ଓ ରାଉରକେଲାର କାମେଶ୍ବର ତିୱାରୀଙ୍କ ଘର ସହ ଅଫିସରେ ବୁଧବାରଠାରୁ ଆଇଟି ରେଡ୍ ଚାଲିଛି । ମଦ ବେପାରୀଙ୍କ ସହ ବିଜେଡି ନେତା ଯୋଗେଶ ସିଂହଙ୍କ ସଂପର୍କ ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ରାଜ୍ୟରେ ମଦର ବନ୍ୟା କରି ଲୋକଙ୍କ ଜୀବନ ଉଜାଡୁଛନ୍ତି ସରକାର, ଲୋକଙ୍କ ଟିକସରେ ମାଲେମାଲ୍ ହେଉଛନ୍ତି ବେପାରୀ, ସରକାରୀ ପୃଷ୍ଠପୋଷକତାରେ ଓଡ଼ିଶାରେ ଚାଲିଥିଲା କି ବେଆଇନ ମଦ କାରବାର, ବିଜେଡିକୁ ଫଣ୍ଡିଂ କରୁଥିଲେ କି ସାହୁ ବ୍ରଦର୍ସ, ଶହ ଶହ କୋଟି ଟଙ୍କା ଆସିଲା କେଉଁଠାରୁ, ନୌକର ସାହାଙ୍କ ନିର୍ଦ୍ଦେଶରେ ମଦ ବେପାରୀଙ୍କୁ ଦିଆଯାଉଥିଲା କି ସୁରକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Seized of over 3 hundred crores in cash | Argus News