ବେଆଇନ କରତକଳ ଉପରେ ଚଢ଼ାଉ
·2 years ago·1 min read

ଅର୍ଗସ ବ୍ୟୁରୋ: ବାସୁଦେବପୁର ବ୍ଲକର ବିଭିନ ସ୍ଥାନରେ ଚାଲିଥିବା ବେଆଇନ କରତ କଳ ଉପରେ ବନ ବିଭାଗ ତରଫରୁ ଚଢ଼ାଉ । ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶକୁ ବନ ବିଭାଗ ଜବତ କରିଛି । ତେବେ ଦିନକୁ ଦିନ ବାସୁଦେବପୁର ଅଞ୍ଚଳରେ ଛତୁ ଫୁଟିବା ପରି ବେଆଇନ ଭାବେ କରତକଳ ବଢିଚାଲିଛି । ତେବେ ଖବର ପାଇ ଆଜି ସକାଳେ ଜିଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶରେ ଏହି ଚଢ଼ାଉ କରାଯାଇଥିଲା।
ବିଶେଷ କରି ବାସୁଦେବପୁର ବ୍ଲକର ବ୍ରାହ୍ମଣ ଗାଁ, ଗୋବିନ୍ଦବିନ୍ଧା ଠାରେ ଚାଲିଥିବା ବେଆଇନ କରତକଲ ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ କରତ କଳ ର ମାଲିକ ଫେରାର ହେଇଯାଇଥିବା ବେଳେ କେବଳ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ଓ କାଠକୁ ଜବଦ କରିଛି ବନ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ବାସୁଦେବପୁର ବନବିଭାଗର କର୍ମଚାରୀ ଙ୍କ ସହ ଚାନ୍ଦବାଲି, ଧାମନଗର ବନବିଭାଗର କର୍ମଚାରୀମାନେ ସାମିଲ ହେଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: