Videos
|
Odisha

 କାଠ ମାଫିଆଙ୍କ ଘରେ ଚଢ଼ାଉ, ସାତ ଟ୍ରିପ ଶାଗୁଆନ କାଠ ଜବତ 

Manini Pattanayak
Browse all articles by Manini Pattanayak
·2 years ago·1 min read
 କାଠ ମାଫିଆଙ୍କ ଘରେ ଚଢ଼ାଉ, ସାତ ଟ୍ରିପ ଶାଗୁଆନ କାଠ ଜବତ 

ନୟାଗଡ଼: ନୟାଗଡ଼ ଭାପୁର ବ୍ଲକ ଅନ୍ତର୍ଗତ ବାଲିଆପଟ୍ଟା ଗ୍ରାମରେ ବନ ବିଭାଗର ଚଢ଼ାଉ l ଚଢ଼ାଉ ବେଳେ କାଠମାଫିଆଙ୍କ ଘରୁ ବିପୁଳ ପରିମାଣରେ ଶାଳ, ପିଆଶାଳ ଓ ଶାଗୁଆନ କାଠ ଜବତ ହୋଇଛି l ଗ୍ରାମର ନରେନ୍ଦ୍ର କରଙ୍କ ଘରେ ବିପୁଳ କାଠ ଗଛିତ ଥିବା ଅଭିଯୋଗ ପରେ ଗତକାଲି ଠାରୁ ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିଲା l

ବେଆଇନ ଭାବେ ବାହାରକୁ କାଠ ଚାଲଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ନୟାଗଡ ACF ହିମାନି ନାୟକଙ୍କ ଉଦ୍ୟମରେ ଖଣ୍ଡପଡ଼ା ରେଞ୍ଜର, ଭାପୁର ଫରେଷ୍ଟର ଏବଂ ଫତେଗଡ ପୋଲିସଙ୍କ ମିଳିତ ସହଯୋଗରେ ନରେନ୍ଦ୍ର କରଙ୍କ କାଠ ଫାର୍ମ ହାଉସରେ ଅଚାନକ ଚଢାଉ କରିଥିଲେ।

ଚଢ଼ାଉ ସମୟରେ ସାତ ଟ୍ରିପ ଶାଗୁଆନ କାଠ ସହ ଅନନ୍ୟା ମୂଲ୍ୟ ବାନ କାଠକୁ ଜବତ କରିଥିଲେ ।  ଯାହାର ଆନୁମାନିକ ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କା ହେବ ବୋଲି ACF ହିମାନି ନାୟକ ସୂଚନା ଦେଇଛନ୍ତିl ସେପଟେ ନରେନ୍ଦ୍ରଙ୍କ ଘରୁ ମଧ୍ୟ ବିପୁଳ ପରିମାଣରେ କାଠ ଜବତ ହୋଇଛି l ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଛି l 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
raid in wood smuggle house, seizing seven trips of shaguan timber | Argus News