ବେଆଇନ ପଥର ଗାଡି ଜବତ
·2 years ago

ବାଲେଶ୍ୱର: ପାରୁନାହିଁ ମାଇନିଂ ବିଭାଗ। ଆକ୍ସନ ମୋଡ଼ରେ ନୀଳଗିରି ପୋଲିସ। ବାଗୁଡିରୁ ବେଆଇନ ପଥର ବୋଝେଇ ହୋଇ ନୀଳଗିରି ଆସୁଥିବା ୬ ଟି ଡ଼ମ୍ଫର କୁ ବାରାକୋଇଲି ଛକରେ ଜବତ କଲା ନୀଳଗିରି ପୋଲିସ।
୬ ଜଣ ଡ୍ରାଇଭରକୁ ଗି ଗିରଫ କରି କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠେଇ ଦିଆଯାଇଛି। ନୀଳଗିରି ରେ ମାଇନିଂ ବିଭାଗ ଅଫିସ ନଥିବାରୁ ଦିନକୁ ଦିନ ବେଆଇନ ପଥର, ବାଲି ଓ ମୋରୋମ ବ୍ୟାପକ ଚୋରା ଚାଲାଣ ହେଉଥିବା ଦେଖାଦେଇଛି। ରାଜସ୍ୱ ବିଭାଗ ନିରବ ଥିବାବେଳେ ମାଇନିଙ୍ଗ ବିଭାଗ ପାରୁନଥିବା ଯୋଗୁଁ ନୀଳଗିରି ବଢୁଛି ଚୋରା ଖଣିଜ ଦ୍ରବ୍ୟର ଲୁଟ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: