ବିପୁଳ ପରିମାଣରେ ଗଞ୍ଜେଇ ଜବତ
·1 year ago·1 min read

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବାଲେଶ୍ଵର ଅବକାରୀ ଟିମ୍, ଗୋପାଳପୁର ଅବକାରୀ ଟିମ୍, ନୀଳଗିରି ଅବକାରୀ ଟିମ୍ ମିଳିତ ଭାବରେ ଚଢ଼ାଉ କରିଥିଲେ । ମୋଟ ୧୧୦ କେଜି ଗଞ୍ଜେଇ ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ | ଜବଦ ଗଞ୍ଜେଇ ର ମୂଲ୍ୟ ପାଖାପାଖି ୧୧ ଲକ୍ଷ୍ୟ ଟଙ୍କାର ହେବ ବୋଲି ଜଣାପଡିଛି l
ଗୁଣନିଧି ବିନ୍ଧାଣି ଓ ଅଶୋକ କୁମାର ନାୟକ ଦୁଇ ଜଣକୁ ଏହି ଘଟଣାରେ ଗିରଫ କରିଥିବା ବେଳେ ଗୁଣନିଧି ବିନ୍ଧନୀଙ୍କ ଘରୁ ଜବତ ଜବତ କରିଥିଲା ସମସ୍ତ ଗଞ୍ଜେଇ | ତେବେ ୫ ଟି ହଳଦିଆ ବସ୍ତାରେ ଗଞ୍ଜେଇ ଆଣି ଅନ୍ୟ ବେପାରୀ ମାନଙ୍କୁ ଯୁଗଉଥିଲେ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । କେସ ନମ୍ବର ୮୮/୨୪.୨୫ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।
ଅଧିକ ପଢନ୍ତୁ ଓଡିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: