Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ

Manini Pattanayak
Browse all articles by Manini Pattanayak
·2 years ago·1 min read
ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ

ଖୋର୍ଦ୍ଧା:  ଅବକାରୀ ବିଭାଗକୁ ସଫଳତା । ନିର୍ବାଚନ ପୂର୍ବରୁ ଧରା ପଡିଲା ବିପୁଳ ପରିମାଣର ଦେଶୀ ରନ୍ଧାମଦ । ଆଠଗଡ  ଅଞ୍ଚଳ ପାଲଟିଛି ଦେଶୀ ମଦର ପେଣ୍ଠସ୍ଥଳୀ। ଆଉ ଆଠଗଡର ଦେଶୀ ମଦ ଗଳାବାଟ ଦେଇ ପହଞ୍ଚୁଛି ଖୋର୍ଦ୍ଧା ଜିଲ୍ଲାରେ। ଏବଂ ବିପୁଳ ମାତ୍ରାରେ ଦେଶୀ ମଦ ପହଞ୍ଚି ବ୍ୟବସାୟ ହେଉଛି। ଆଜି ବିଶେଷ ସୂତ୍ର ରୁ ଖବର ପାଇଁ ବେଗୁନିଆ ଅବକାରୀ ବିଭାଗ ଚଢାଉ କରି ଶହଶହ ଲିଟର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିବା ସମର୍ଥ ହୋଇଛି ଅବକାରୀ ବିଭାଗ। ଅବକାରୀ ଥାନା ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଁ ଆଜି କଳାପଥର ଠାରେ ବେଗୁନିଆ ଅବକାରୀ ଅଧିକାରୀ ଏନ ଜାଗିନ ରାଓ ଛକି ବସିଥିଲେ।

ସେ ସମୟରେ  ଏକ ବୋଲୋର ପିକପ  OD 33Ac 9873  ରେ ୨୨ ଟି  ୩୫ ଲିଟର ବାରେଲ ରେ ୭୭୦ ଲିଟର ଦେଶୀ ମଦ ଯାଉଥିବା ବେଳେ କଳାପଥର ଠାରୁ ପିଛାକରି  ଅବକାରୀ ଅଧିକାରୀ ଗାଡିକୁ ବଡବେରଣା କୁଶୁପଲ୍ଲା ଦେଇ ବେଗୁନିଆ ପୋଷ୍ଟ ଅଫିସ ଛକ ଠାରେ କାବୁ କରିଥିଲେ। ଘଟଣାସ୍ଥଳରୁ  ଡ୍ରାଇଭର ଚମ୍ପଟ ମାରୁଥିବା ବେଳେ ଅବକାରୀ ଅଧିକାରୀ ଡ୍ରାଇଭର ଙ୍କୁ କାବୁ କରିଥିଲେ। ଡ୍ରାଇଭର ଜଣକ ନୂଆ ତିଗିରିଆ ଅଚଂଳ ର ଜଗଦୀଶ ମହାନ୍ତି ବୋଲି ଜଣାପଡିଛି। ତେବେ ନିର୍ବାଚନ ପୂର୍ବରୁ ଅବକାରୀ ଥାନା ମାନଙ୍କୁ ଅବକାରୀ କମିଶନର ଅବକାରୀ ଚୋରାଚାଳଣ ଉପରେ ତ୍ରୀକ୍ଷ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିବା  ବେଗୁନିଆ ଅବକାରୀ ପୂର୍ବରୁ ବିଭିନ୍ନ ଯାଗାରେ ଚଢାଉ କରି ବିପୁଳ ମଦ ଜବତ କରୁଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seizure of large quantities of native liquor before elections | Argus News