Videos
|
Odisha

ବନ ବିଭାଗ ଦ୍ୱାରା ଚିତାବାଘ ଛାଲ ଜବତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବନ ବିଭାଗ ଦ୍ୱାରା ଚିତାବାଘ ଛାଲ ଜବତ 

ବୌଦ୍ଧ: ବନ ବିଭାଗ ଦ୍ୱାରା ଚିତାବାଘ ଛାଲ ଜବତ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁରୁ ଏହି ବାଘ ଛାଲ ଜବତ ହୋଇଛି l ଚିତାବାଘ ଛାଲ ଚାଲାଣ ହେଉଥିବା ନେଇ ଖବର ପାଇ ବଲାଙ୍ଗିର ବନ ବିଭାଗ କର୍ମଚାରୀ ପ୍ରଥମେ ତୁଷୁରା ଥାନା ଅନ୍ତର୍ଗତ କୋଟଗାଁରେ ଚଢ଼ାଉ କରିଥିଲେ l ସେଠାରୁ ମୁକେଶ ମନହୀରା ନାମକ ବ୍ୟକ୍ତିକୁ ଗିରଫ  କରାଯାଇଥିଲା।  ଏହି ଚଲାଣର ଚେର କଣ୍ଟାମାଳ ଅଞ୍ଚଳରୁ ଲମ୍ବିଥିବା ଜଣାପଡିଥିଲା l

ଫଳରେ ଗତକାଲି ବଲାଙ୍ଗିର ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁରେ ଚଢ଼ାଉ କରିଥିଲା l ଗାଁର ଏକ ପାଳଗଦାରୁ ଗୋଟିଏ ଚିତାବାଘ ର ଛାଲ ଜବତ କରିବାରେ ସଫଳ ହୋଇଥିଲା ବନ ବିଭାଗ l ଏହି ଘଟଣାରେ ଫଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତିକୁ ଗିରଫ କରି ଏକ କେଶ ଦାୟର କରିବା ସହ ଅଭିଯୁକ୍ତକୁ କୋର୍ଟ ଚଲାଣ କରିଥିବା ଯଣାପଡିଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Seizure of leopard skin by forest department | Argus News