Videos
|
Odisha

ନିଃସ୍ବାର୍ଥପର ଭାବେ ବିନା ଶୁଳ୍କରେ ରୋଗୀଙ୍କ ସେବା କରୁଛନ୍ତି

Ritu Das
Browse all articles by Ritu Das
·2 years ago·2 min read
ନିଃସ୍ବାର୍ଥପର ଭାବେ ବିନା ଶୁଳ୍କରେ ରୋଗୀଙ୍କ ସେବା କରୁଛନ୍ତି

ଅର୍ଗସ ବ୍ୟୁରୋ: ମଣିଷ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଯିଏ ତାଙ୍କୁ ମୃତ୍ୟୁ ମୁହଁରୁ ଟାଣି ଆଣିବାରେ ସକ୍ଷମ ହୋଇଥାନ୍ତି ସେ ହେଉଛନ୍ତି ଡାକ୍ତର। ସେଥିପାଇଁ ତ କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ରୋଗୀ ସେବା ହେଉଛି ଯାହାଙ୍କର ପରମ ଧର୍ମ। ଆଉ ଏହି ଧର୍ମକୁ ପାଳନ କରନ୍ତି ବି ଅନେକ ଡାକ୍ତର। ସେଥିପାଇଁ ସେମାନେ ଯେକୌଣସି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଛାନ୍ତି ନାହିଁ। ସେମାନଙ୍କ କାର୍ଯ୍ୟ ପାଇଁ ସମାଜର ସମ୍ମାନ ପଦରେ ସେମାନଙ୍କୁ ଅଭିହିତ କରାଯାଏ। ଏହି ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ମଣିଷ। ପଇସା ପାଇଁ ନୁହେଁ କିନ୍ତୁ କରୁଛନ୍ତି ନିଃସ୍ୱାର୍ଥପର ଲେକଙ୍କ ସେବା। ମାଗଣାରେ ଲୋକଙ୍କ ଚିକିତ୍ସା କରୁଛନ୍ତି। ସେଥିପାଇଁ ଲୋକଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛନ୍ତି।

ପ୍ରତି ମାସରେ ଦୁଇ ଦିନ ଧରି ଧାଡ଼ି ଲାଗୁଛି କ୍ଲିନିକ୍ ଆଗରେ। ଛୁଆଠୁ ବୁଢ଼ା ଗରିବ ହେଉକି ଧନୀ ସମସ୍ତେ ଚିକିତ୍ସା ପାଇଁ ଅପେକ୍ଷା କରି ରହିଛନ୍ତି। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଡାକ୍ତର ତାପସ ରଞ୍ଜନ ସେନାପତିଙ୍କ କଥା। ପ୍ରଥମେ ସେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଡାକ୍ତର ଭାବେ କାର୍ଯ୍ୟ କରି ସେହି ଅଞ୍ଚଳରେ ବେଶ ପରିଚିତ ପାଲଟି ଥିଲେ। ତିନି ବର୍ଷ କାର୍ଯ୍ୟ ପରେ ସେ ସୁଦୂର ନୟାଗଡ଼ ଜିଲ୍ଲା ଡାକ୍ତର ଭାବେରେ ବଦଳି ହୋଇଯାଇଥିଲେ। କିନ୍ତୁ ନିଜ ଜନ୍ମମାଟିକୁ ଭୁଲି ନାହାନ୍ତି। ନିଜ ଜନ୍ମମାଟି ଲୋକ ଯେପରି ଚିକିତ୍ସାରୁ ବଞ୍ଚିତ ନ ହେବେ ସେଥିପାଇଁ ତାଙ୍କ ଜେଜେ ସ୍ବର୍ଗତ ରାମଚନ୍ଦ୍ର ସେନାପତିଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମାନି ମାସରେ ଦୁଇଦିନ ବାଲେଶ୍ୱରର ରେମୁଣାକୁ ଆସି ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ହୋଇଛନ୍ତି। ଏହାସହ ଦୀର୍ଘ ୧୦ ବର୍ଷ ଧରି ମାଗଣାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତି। ରୋଗରୁ ଲୋକେ କିପରି ଦୂରେଇ ରହିବେ ସେନେଇ ସଚେତନ ମଧ୍ୟ କରୁଛନ୍ତି । ସାଧାରଣ ଜ୍ଵର ଠାରୁ ଆରମ୍ଭ କରି ମ୍ୟାଲେରିଆ,ମଧୁମେହ, ବ୍ଲଡ ପ୍ରେସର ପରି ରୋଗର ମାଗଣାରେ ପରୀକ୍ଷା କରିବା ସହ ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି। 

ଛୋଟଟି ଦିନରୁ ତାପସ ରଞ୍ଜନଙ୍କୁ ତାଙ୍କର ଜେଜେ ଡାକ୍ତର ହେବା ସ୍ବପ୍ନ ଦେଖାଇଥିଲେ। ଗାଆଁ ଲୋକେ କିପରି ସୁବିଧାରେ ଚିକିତ୍ସା ପାଇ ପାରିବେ ସେହି ଲକ୍ଷ୍ୟ ନେଇ ଆଗକୁ ବଢ଼ି ଚାଲିଲେ। ସେ ଗାଁ ସ୍କୁଲରେ ହିଁ  ପାଠ ପଢିଥିବା ବେଳେ ପରେ କଟକରେ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ଅର୍ଜନ କରିଥିଲେ। ପରେ ରେମୁଣା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିବର୍ଷ ଚାକିରି କଲାପରେ ଏବେ ନୟାଗଡ଼ ଶରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଆଉ ଏବେ ବି ନିଜ ଗ୍ରାମ ସହ ଅଞ୍ଚଳବାସୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଗର୍ବିତ ମନେ କରୁଥିବା ବେଳେ ଡାକ୍ତର ସେନାପତି ଏକା ସାଙ୍ଗରେ ରୋଗୀଙ୍କୁ ସେବା ଯୋଗାଇ ପାରୁଥିବାରୁ ଖୁସି ଅଛନ୍ତି।  ଡାକ୍ତରଙ୍କୁ ସମସ୍ତେ ଭଗବାନଙ୍କ ସ୍ୱରୂପ ଭାବେ ଦେଖିଥାନ୍ତି। କିନ୍ତୁ ରେମୁଣାର ଗ୍ରାମବାସୀ ଭଗବାନଙ୍କ ରୂପରେ ନିଜର ମା' ମାଟିର ସନ୍ତାନକୁ ପାଇ ବେଶ୍ ଗର୍ବିତ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: