RERA Rule Change / ଏଣିକି କିଣାବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ, ନୂଆ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର
·9 months ago·2 min read

Key Points
ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ
ଏନେଇ ବଡ଼ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ
‘୨୦୧୬ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟଗୁଡିକ କିଣା ବିକା ହୋଇପାରିବ’

ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ । ୨୦୧୬ ପୂର୍ବରୁ ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ଗୁଡିକ କିଣା ବିକା ହୋଇପାରିବା । ଏନେଇ ବଡ଼ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରେରା ଆଇନରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର । ଦୀର୍ଘ ସମୟର ତର୍ଜମା ପରେ ନିୟମକୁ ସରଳୀକରଣ କରିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ପୂର୍ବ ସରକାର ଆପାର୍ଟମେଣ୍ଟ କିଣାବିକା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା ବୋଲି ମନ୍ତ୍ରୀ କହିବା ସହିତ ନୂଆ ନିୟମ ଅନୁସାରେ ଲୋକେ ଉପକୃତ ହେବେ ବୋଲି କହିଛନ୍ତି । ଦୀର୍ଘଦିନ ଧରି ଏନେଇ କଟକଣା ରହିଥିବାରୁ ଅନେକ ମାଲିକ ସେମାନଙ୍କ ଫ୍ଲାଟ ବିକ୍ରି କରିପାରୁନଥିଲେ ।
ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଅଧୀନରେ ଥିବା କଠୋର ନିୟମକୁ ରାଜ୍ୟ ସରକାର କୋହଳ କରିଛନ୍ତି । କଠୋର ନିୟମ ଯୋଗୁଁ ପୁରୁଣା ଫ୍ଲାଟ ବିକ୍ରି ଅଟକି ଯାଇଥିଲା । RERA ନିୟମ ଲାଗୁ ହେବା ପୂର୍ବରୁ ଅର୍ଥାତ ୫ ଅକ୍ଟୋବର ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ଆଉ ନୂଆ କାଗଜପତ୍ର ଦରକାର ନାହିଁ ।
ଫ୍ଲାଟ୍ ବିକ୍ରି ପାଇଁ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଦେବାକୁ ପଡ଼ୁଥିଲା । RERA ରେଜିଷ୍ଟ୍ରେସନ୍ ଏବଂ ଆସୋସିଏସନ୍ ରେଜିଷ୍ଟ୍ରେସନ୍ କାଗଜପତ୍ର ମାଗାଯାଉଥିଲା । ୨୦୧୬ ପୂର୍ବରୁ ଆପାର୍ଟମେଣ୍ଟ ପାଖରେ ଏସବୁ କାଗଜପତ୍ର ନଥିଲା । ତେଣୁ ସବ୍-ରେଜିଷ୍ଟ୍ରାର୍ ଅଫିସରେ ଘର ରେଜିଷ୍ଟ୍ରୀ ହୋଇପାରୁନଥିଲା । ଏଥିପାଇଁ ରାଜ୍ୟରେ ହଜାର ହଜାର ଫ୍ଲାଟ୍ ବିକ୍ରି ଅଟକି ରହିଥିଲା । ଏବେ ସେଥିରେ ସୁଧାର ଅଣାଯାଇଛି ।
ଯଦି ଆପଣଙ୍କର ମୂଳ ବିକ୍ରି ଦଲିଲ୍ ୫ ଅକ୍ଟୋବର ୨୦୧୬ ପୂର୍ବର ହୋଇଥାଏ, ତେବେ ଆପଣଙ୍କୁ ନୂଆ ନିୟମ ମାନିବାକୁ ପଡ଼ିବ ନାହିଁ । ଫ୍ଲାଟ ବିକ୍ରି କିମ୍ବା ହସ୍ତାନ୍ତର କରିବା ପାଇଁ କେବଳ ପୁରୁଣା ରେଜିଷ୍ଟ୍ରି ଦଲିଲ୍ ଯଥେଷ୍ଟ । ରେଜିଷ୍ଟ୍ରାର୍ ଏହାକୁ ଗ୍ରହଣ କରିବାକୁ ବାଧ୍ୟ । କମନ ଏରିଆ ଯେପରିକି ପାର୍କିଂ, ସିଡ଼ି, ଛାତ, ଲିଫ୍ଟ ଇତ୍ୟାଦି ଉପରେ କାହାର ଅଧିକାର ରହିବ, ସେ ଦ୍ୱନ୍ଦ୍ୱ ଦୂର କରିବାକୁ ନୂଆ ଦଲିଲରେ ଦୁଇଟି ନିର୍ଦ୍ଦିଷ୍ଟ ବାକ୍ୟ ଲେଖିବା ବାଧ୍ୟତାମୂଳକ କରାଯାଇଛି । ଏହାଦ୍ୱାରା କିଣୁଥିବା ବ୍ୟକ୍ତିଙ୍କର ସାଧାରଣ ସ୍ଥାନ ଉପରେ ସମ୍ପୂର୍ଣ୍ଣ ଅଧିକାର ସୁରକ୍ଷିତ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଫେବୃଆରୀ ୧, ୨୦୨୫ରେ ଜାରି ହୋଇଥିବା କଟକଣାକୁ ରଦ୍ଦ କରିଦିଆଯାଇଛି । ନୂଆ ନିୟମ ଯୋଗୁଁ ପୁରୁଣା ଫ୍ଲାଟ ମାଲିକମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି । ଏହାଦ୍ୱାରା ଓଡ଼ିଶାରେ ପୁରୁଣା ଆପାର୍ଟମେଣ୍ଟ କିଣାବିକା ସହଜ ହେବ । ଯଦି ଆପଣଙ୍କ ଫ୍ଲାଟର ମୂଳ ଦଲିଲ୍ ଅକ୍ଟୋବର ୨୦୧୬ ପୂର୍ବରୁ ହୋଇଛି, ତେବେ ଆପଣ ଏହାକୁ ସହଜରେ ବିକ୍ରି କିମ୍ବା ହସ୍ତାନ୍ତର କରିପାରିବେ ।
Related Topics
Explore more stories