Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି ନୀତି

Odisha

ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି ନୀତି

Smruti Parija
Browse all articles by Smruti Parija
·2 years ago
ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି ନୀତି

ପୁରୀ:  ଶ୍ରୀମନ୍ଦିରରେ ପ୍ରାୟ 11 ଘଣ୍ଟା ଜଗା ଦର୍ଶନ ବନ୍ଦ । ସେନାପଟା ଲାଗି ନୀତି ପାଇଁ ଦୀର୍ଘ ସମୟ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ । ଆଜି ବଡସିଂହାର ଭୋଗ ପରେ  ରାତି 12 ଟାରୁ ଆସନ୍ତାକାଲି ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗ ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ସ୍ନାନପୂର୍ଣ୍ନିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲଭ ହାତୀବଶ ବା ଗଜାନନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦେବେ ଦର୍ଶନ । ସେଥିପାଇଁ ହାତୀବେଶ ପ୍ରସ୍ତୁତି ପହଞ୍ଚିଛି ଶେଷ ପର୍ଯ୍ୟାୟରେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
senapata-lagi-rituals-of-lord-jagannath-today | Argus News