Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

Odisha

ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

Ritu Das
Browse all articles by Ritu Das
·2 years ago·1 min read
ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ଅର୍ଗସ ବ୍ୟୁରୋ: ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ । ଗତ କିଛି ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିଲେ । ସୋମବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି । ୧୯୮୩ରେ ଏନ୍ଏସଡି ବା ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଚକ୍ରଧର ଜେନା ହଲିଉଡ ସିନେମା ‘ସିଟି ଅଫ୍ ଜୟ’ ଓ ‘ଇଲେକଟ୍ରିକ ମୁନ୍’ରେ ଅଭିନୟ କରିଛନ୍ତି ।

ତାଙ୍କର ପ୍ରଥମ ଅଭିନୀତି ଓଡ଼ିଆ ସିନେମା ହେଉଛି ‘ପଥର ଖସୁଛି ବଡ଼ ଦେଉଳୁ’ । ଏହାଛଡ଼ା ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି। ସେ ଓଡ଼ିଅ ସଙ୍ଗୀତ ନାଟକ ଆକାଡେମୀର ନାଟକ ଚୟନ କ୍ଷେତ୍ରରେ ବି ବିଚାରକ ଭାବେ ଦାୟିତ୍ୱ ତୁଳାଇଛନ୍ତି । ରଣଭୂମୀ, ମାୟା, ଅର୍ଜୁନ, ପ୍ରେମ ୱେଡ୍ସ ପ୍ରିୟା, ରଙ୍ଗିଲା ବାବା, ଭଉଁରୀ ଓ କଥାନ୍ତର ଭଳି ଅନେକ ସିନେମାରେ ଅଭିନୟ କରିଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Senior actor Chakradhar | Argus News