Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ଼ ସେନା ଅଧିକାରୀଙ୍କୁ ମାଡ଼ ମାରି କାଠଗଡାରେ ପୋଲିସ

Rashmita Mishra
Browse all articles by Rashmita Mishra
·1 year ago·2 min read
ବଡ଼ ସେନା ଅଧିକାରୀଙ୍କୁ ମାଡ଼ ମାରି କାଠଗଡାରେ ପୋଲିସ

ଅର୍ଗସ ବ୍ୟୁରୋ: ଭୁବନେଶ୍ଵରରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ତାତିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ । ଭୁବନେଶ୍ବର ପୋଲିସ ସେବା ଭବନ ସମ୍ମୁଖରେ ଅବସରପ୍ରାପ୍ତ ସେନା ଅଧିକାରୀ କରିଛନ୍ତି ବିକ୍ଷୋଭ। କଡ଼ା କାର୍ଯ୍ୟାନୁଷ୍ଠାନ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ। ଅନ୍ୟପଟେ ଭରତପୁର ଥାନାରେ ଘଟିଥିବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି DG ପୋଲିସ ।  ଭରତପୁର ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ସସପେଣ୍ଡ କରିଛି ପୋଲିସ ବିଭାଗ । ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ  ଅଙ୍କିତା । ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇଦେଇଥିଲେ । ଅପରପକ୍ଷରେ ଗୁରୁବନ୍ତ ଓ ତାଙ୍କ ବାନ୍ଧବୀଙ୍କୁ ଅତର୍କିତ ଆକ୍ରମଣ କରିବା ସହ ମାଡ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି। ଏବେ ବି ମେଜରଙ୍କ ବାନ୍ଧବୀ ଭୁବନେଶ୍ୱର AIMMS ରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଥିବା ବେଳେ ମେଜର ଗୁରୁବନ୍ତ ସିଂଙ୍କ ବାନ୍ଧବୀଙ୍କୁ ଭୁବନେଶ୍ୱର AIIMS ରେ ଭେଟିଛନ୍ତି BJD ର ଏକ ପ୍ରତିନିଧି ମଣ୍ଡଳ। ଅନ୍ୟପଟେ ୧୨୦ ବାଟାଲିୟନ ର ସେନା ଅଧିକାରୀ କହିଛନ୍ତି ସରକାରଙ୍କ ସହ ଆଲୋଚନା ହୋଉଛି ପୋଲିସ ପକ୍ଷରୁ ମଧ୍ୟ ପ୍ରତିଶ୍ରୁତି ମିଳିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି। 

ଅନ୍ୟପଟେ ସେନା  ଅଧିକାରୀଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ କୋର୍ଟ ମିଳିଛି ଜାମିନ। ତାଙ୍କ ଚିକିତ୍ସା ବାବଦକୁ ହେଉଥିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି କୋର୍ଟ। ତେବେ ପ୍ରଶ୍ନ ଉଠୁଛି ସସପେଣ୍ଡ କରି ଦୋଷ ସ୍ବୀକାର କଲା କି ପୋଲିସ, ଥାନା ଭିତରେ କାହାକୁ ମାଡ ମାରିବାର ସାହସ ପୋଲିସ ପାଇଲା କେଉଁଠୁ, କାହିଁକି ମଡେଲ ଥାନାରେ ନଥିଲା ସିସିଟିଭି, ସୁପ୍ରିମକୋର୍ଟଙ୍କ ଗାଇଡଲାଇନର ଉଲ୍ଲଘଂନ ନୁହେଁ କି, ଯଦି ଜଣେ ସେନା ଅଧିକାରୀଙ୍କ ସହ ଏଭଳି କାଣ୍ଡ, ତାହେଲେ ସାଧାରଣ ଜନତାଙ୍କ ସହ କି ବ୍ୟବହାର କରୁଥିବ ପୋଲିସ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored