ରେଢାଖୋଲ ପାଇଁ ଲବି କରିଥିଲେ, ସମ୍ବଲପୁର ପାଇଲେ

Key Points
- ଅସନ୍ତୁଷ୍ଟ ଅଛନ୍ତି କି ପ୍ରସନ୍ନ ?
- ରେଢାଖୋଲ ପାଇଁ ଲବି କରିଥିଲେ, ସମ୍ବଲପୁର ପାଇଲେ
- ଏବେ କରିବେ କଣ ?
ଅର୍ଗସ ବ୍ୟୁରୋ: ଏତେ ପୂଜାପାଠ କଲେ...ବ୍ରତ ଉପବାସ କଲେ...କିନ୍ତୁ ରେଢାଖୋଲରୁ ମିଳିଲାନି ଟିକଟ । ଟିକଟ ମୂଳରୁ ମିଳୁଛି ବୋଲି ଆମେ କହୁନାହୁଁ ହେଲେ ସେ ଯେଉଁ ଆସନରୁ ଚାହୁଁଥିଲେ ସେ ଆସନରୁ ପାଇଲେନି ଟିକଟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ପ୍ରସନ୍ନଙ୍କ କଥା ମାନିଲେନି କି ନବୀନ ?
ଲବି ପରେ ବି କାହିଁକି ବଦଳିଲା ଟିକଟ ?
ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ବିଜେଡି ସୁପ୍ରିମୋଙ୍କୁ ରେଢାଖୋଲରୁ ସେ ନିର୍ବାଚନ ଲଢିବା ପାଇଁ ଜଣାଇଥିଲେ । କିନ୍ତୁ ତାଙ୍କୁ ମିଳିଲା ସମ୍ବଲପୁରରୁ । କାହିଁକି ତାଙ୍କୁ ସମ୍ବଲପୁରରୁ ଲଢିବା ପାଇଁ କୁହାଗଲା ? ରେଢାଖୋଲରୁ କାହିଁକି ଟିକଟ ମିଳିଲାନି ? କିଛି ଏମିତି ପ୍ରଶ୍ନରେ ଗୋଳେଇ ହେଉଛନ୍ତି ପ୍ରସନ୍ନ । ହେଲେ ଉତ୍ତର ସେ ନିଜେ ହିଁ ପାଉନାହାନ୍ତି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସମ୍ବଲପୁରରେ ବିଜେଡି ଟିକେଟ ନେଇ ଯେଉଁମାନେ ପ୍ରମୁଖ ଦାବିଦାର ଥିଲେ, ସେମାନଙ୍କ ମଧ୍ୟରୁ କାହାକୁ ବି ସୁଯୋଗ ମିଳିନି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ବିଜେଡି ସୁପ୍ରିମୋ ଭରସା କରିଛନ୍ତି । 2019ରେ ବରଗଡରୁ ବିଜେଡି ଲୋକସଭା ପ୍ରାର୍ଥୀ ହୋଇଥିଲେ ପ୍ରସନ୍ନ କିନ୍ତୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠୁ ନିର୍ବାଚନରେ ପରାଜୟ ହୋଇଥିଲେ । ହେଲେ ଏସନ ପୁଣି ଥରେ ସେହି ସମ୍ବଲପୁରରୁ ପ୍ରାର୍ଥୀ ହେବା ସେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଜୋର ।
📱 Get Argus News App
✨କଥା ହେଲେ ଯେତେବେଳେ ସମ୍ବଲପୁରରେ ରୋହିତ ପୂଜାରୀ ପହଞ୍ଚିଥିଲେ, ସେତେବେଳେ ସମ୍ବଲପୁରରୁ ସେ ଲଢିବା ନେଇ ଚର୍ଚ୍ଚାକୁ ଜୋର ଧରିଥିଲା । ହେଲେ ରାଶେଶ୍ୱରୀ ପାଣିଗ୍ରାହୀ ଲଗାତାର ରୋହିତ ପୂଜାରୀଙ୍କୁ ବିରୋଧ କରି ଆସୁଥିଲେ । ତେଣୁ ଚର୍ଚ୍ଚା ହେଉଛି ଏହି ଗେମ୍ ପ୍ଲାନ୍ ପଛରେ ରୋହିତ ପୂଜାରୀ ହିଁ ଅଛନ୍ତି । ଯେହେତୁ ସମ୍ବଲପୁର ବିଧାନସଭା ତାଙ୍କ ପାଇଁ ସେଭ୍ ସିଟ୍ ହେବ ନାହିଁ , ତେଣୁ ସେ ପୁଣି ଥରେ ରେଢାଖୋଲକୁ ନିଜ ନିର୍ବାଚନମଣ୍ଡଳି ବାଛିଲେ । ହେଲେ ବଳି ପଡିଗଲେ ପ୍ରସନ୍ନ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା କେବଳ ପ୍ରସନ୍ନ ନୁହେଁ ବରଂ ଟିକଟ ଘୋଷଣା ହେବା ପରେ ବିଜେଡିର ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି । ଜଣଙ୍କ ପରେ ଜଣେ ନେତା ଦଳ ବି ଛାଡୁଛନ୍ତି । ହେଲେ ବିଜେଡିର ଏହି ବରିଷ୍ଠ ନେତା ଟିକଟ ପାଇବା ପରେ ବି ଯେମିତି ଭାବରେ ଅସନ୍ତୁଷ୍ଟ ରହିଥିବା ଚର୍ଚ୍ଚା ହେଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ବିଜେଡିରେ ଏବେ କିଛି ଠିକଠାକ ଚାଲିନି...ତେବେ ସମୟ କହିବ ପ୍ରସନ୍ନ ନେଉଛନ୍ତି କି ନିଷ୍ପତ୍ତି ?
ଆହୁରି ପଢନ୍ତୁ ଓଡିଶା ଖବର...