ସ୍ୱତନ୍ତ୍ର ଚାର୍ଟର ବିମାନରେ ଦିଲ୍ଲୀ ଗଲେ ବିଜେଡିର 2 ନେତା

ଅର୍ଗସ ବ୍ୟୁରୋ: ବିଜେଡିର 2 ନେତା ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନ ଦିଲ୍ଲୀ ଯାଇଥିବା ସୂଚନା ରହିଛି । ସ୍ୱତନ୍ତ୍ର ଚାର୍ଟର ବିମାନରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି । ତାଙ୍କ ସହ ବିଜେଡିର କିଛି ବରିଷ୍ଠ ନେତା ମଧ୍ୟ ଦିଲ୍ଲୀ ଯାଇଥିବା ସୂଚନା ରହିଛି । ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତ ନେଇ ରାଜନୀତି ସରଗରମ । ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀ ଗଲେ ନେତା ।
ବିଜେପି ଓ ବିଜେଡି । ଗୋଟିଏ ବର୍ତ୍ତମାନ ଦେଶର ସର୍ବବୃହତ୍ ରାଜନୈତିକ ଦଳ ଆଉ ଗୋଟିଏ ରାଜ୍ୟର ସବୁଠାରୁ ବଡ଼ ପାର୍ଟି । 1998 ମସିହାରୁ ଦୁଇ ଦଳ ପରସ୍ପରର ହାତ ଧରିଥିଲେ । ସାଙ୍ଗ ହୋଇ 3 ଥର ଲୋକସଭା ଓ 2 ଥର ବିଧାନସଭା ନିର୍ବାଚନ ଲଢ଼ିଲେ । କିନ୍ତୁ ତା ପରେ 2009 ନିର୍ବାଚନ ଠିକ୍ ପୂର୍ବରୁ ଅଲଗା ହୋଇଗଲେ ବିଜେପି ଓ ବିଜେଡି । ଏବେ 15 ବର୍ଷ ପରେ ପୁଣି ଦୁଇ ଦଳ ଭିତରେ ମେଣ୍ଟ ଚର୍ଚ୍ଚା । ଯାହାକୁ ନେଇ ପୁରା ରାଜ୍ୟରେ ଦୁଇ ଦିନ ଧରି ଲାଗି ରହିଛି ହଟଚମଟ ।
ଆହୁରି ପଢନ୍ତୁ ରାଜନୀତି ଖବର...