Videos
|
Odisha

ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଲେ ଶିବରାଜ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଲେ ଶିବରାଜ 

ଭୁବନେଶ୍ୱର:  ଓଡିଶାରେ ପାଦ ଦେଉଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ। ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ନେଇ ସମାଲୋଚନା କଲେ ଶିବରାଜ। ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଲେ ଶିବରାଜ। ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି । ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି । ବେଲଗାମ ଅଧିକାରୀ ସାରା ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇଛନ୍ତି। ଓଡ଼ିଶାରେ ମହିଳା ଅସୁରକ୍ଷିତ, ମା ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି। 

ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନି। ମୋଦି ଟଙ୍କା ଦେଉଛନ୍ତି, ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି। ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ଡିଂ କରୁଛନ୍ତି- ଶିବରାଜ। ସାଧାରଣ ଲୋକ ଏକଥା ଜାଣିସାରିଲେଣି ବୋଲି କହିଲେ ଶିବରାଜ। ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ କହିଲେ ଶିବରାଜ। ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତବ୍ୟ। ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ସରକାର କରିବ ବିଜେପି ବୋଲି ସେ କହିଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: