Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ଲଢ଼ିବେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ନିର୍ବାଚନ ଲଢ଼ିବେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ

ନୂଆପଡା : ନିର୍ବାଚନ ଲଢ଼ିବେ କଂଗ୍ରେସ ର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ବର୍ତ୍ତମାନ ନଅ ଗୋଟି ରାଜ୍ୟର ସ୍କ୍ରିନିଂ କମିଟି ରେ ଥିବା ବେଳେ ଭକ୍ତ ଦାସ ପୁଣି ଥରେ ନିର୍ବାଚନ ମଇଦାନରେ ଉହ୍ଲାଇବା ପାଇଁ ଘୋଷଣା କରିଛନ୍ତି ।ପୂର୍ବରୁ 2019 ରେ ଆଉ ନିର୍ବାଚନ ଲଢିବି ନାହିଁ ଏବଂ ସକ୍ରିୟ ରାଜନୀତିରେ ରହିବି ନାହିଁ ବୋଲି କହିଥିଲେ କଂଗ୍ରେସ ନେତା ଭକ୍ତ ଦାସ ।ଆଜି ନୂଆପଡ଼ା ଗସ୍ତରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଆସି କଂଗ୍ରେସ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବା ସହ ଗଣମାଧ୍ୟମକୁ ନିର୍ବାଚନ ରେ ଅବତୀର୍ଣ୍ଣ ହେବି ବୋଲି କହିଥିଲେ ।

ଅଧିକ ପଢନ୍ତୁ : 24 ବର୍ଷର ସ୍ଥିର ସରକାରର ଅପାରଗତାର ପ୍ରମାଣ

କଳାହାଣ୍ଡି ସଂସଦୀୟ କ୍ଷେତ୍ର ସହ ନୂଆପଡ଼ା ଜିଲ୍ଲାରେ ମଧ୍ୟ ବିକାଶ ଏଯାଏଁ ପହଞ୍ଚିନାହି ।ଏଥର କଂଗ୍ରେସ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଭଲ ଫଳାଫଳ କରିବ ।ଲୋକେ ବର୍ତ୍ତମାନ ବିଜେଡି ସରକାର ଉପରେ ଖପ୍ପା ଅଛନ୍ତି ।ଲୋକଙ୍କୁ ନ୍ୟାୟ ମିଳୁନି, ବର୍ତ୍ତମାନ ବ୍ୟୁରୋକ୍ରେଶି ସରକାର ଚାଲିଛି ।ଆଦିବାସୀ , ଦଳିତ ପଛୁଆ ବର୍ଗ, ମହିଳା ,ଯୁବକ ମାନଙ୍କୁ ସମ୍ମାନ ମିଳୁନାହିଁ ।ବିକାଶ ଦେଖା ଯାଉନାହିଁ ।ତେଣୁ ଏଥର ଲୋକେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ଭୋଟ ଦେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress leader Bhakta Charan Das will contest the election | Argus News