Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ନେତାଙ୍କ ପରିସ୍ଥିତି ନେଇ ରୁବେନ୍ ବାନାର୍ଜୀଙ୍କ ଉଦବେଗ

Odisha

ବିଜେଡି ନେତାଙ୍କ ପରିସ୍ଥିତି ନେଇ ରୁବେନ୍ ବାନାର୍ଜୀଙ୍କ ଉଦବେଗ

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜେଡି ନେତାଙ୍କ ପରିସ୍ଥିତି ନେଇ ରୁବେନ୍ ବାନାର୍ଜୀଙ୍କ ଉଦବେଗ

ଭୁବନେଶ୍ୱର:  ବିଜେଡି ନେତାଙ୍କ ପରିସ୍ଥିତି ନେଇ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଉଦବେଗ । ଶାସକ ଦଳରେ ସବୁ ନେତା ଅଲୋଡ଼ା, ଜଣେ ମାତ୍ର ଷ୍ଟାର ପ୍ରଚାରକ । ବିଜୁ ବାବୁ ଚାହୁଁଥିଲେ କିପରି ହେବ ତାଙ୍କ ଉତ୍ତରାଧିକାରୀ ?  ବିଜୁଙ୍କ ଶେଷ ଇଣ୍ଟରଭ୍ୟୁର କଥା ସ୍ମରଣ କରାଇଲେ ରୁବେନ୍ ବାନାର୍ଜୀ । ସରକାରୀ ଚାକିରିରେ ଥାଇ ବିଜେଡି ପାଇଁ କାମ କରୁଥିଲେ କି ଭୈରବ ।  କେବଳ ତାଲିକାରେ ବିଜେଡିର 40 ଷ୍ଟାର ପ୍ରଚାରକ। କିନ୍ତୁ ରାଜ୍ୟ ସାରା ବୁଲି ଦଳର ପାଇଁ ପ୍ରଚାର କରୁଛନ୍ତି ମାତ୍ର ଜଣେ ନେତା। ସାଧାରଣ ସଭା ହେଉ କି ରୋଡ୍ ଶୋ ବିଜେଡିରେ କେବଳ ଜଣେ ତାରକା ପ୍ରଚାରକଙ୍କ ଶୋ। କାଁ ଭାଁ ପ୍ରଚାରକୁ ଓହ୍ଲାଉଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।

ଏହି ଦୁଇ ଦଜଣଙ୍କୁ ଛାଡ଼ିଦେଲେ ତାଲିକାରେ ଥିବା ବାକି 38 ଷ୍ଟାର ପ୍ରଚାରକ ଅଲୋଡ଼ା। ଏପରିକି ଷ୍ଟାର ପ୍ରଚାରକ ତାଲିକାରେ ଥିବା ମନ୍ତ୍ରୀ  ପୂର୍ବତନମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ଓ ସୁଶାନ୍ତ ସିଂ ପ୍ରାର୍ଥୀ ହୋଇଥିବା ଆସନରେ ଭୋଟ୍ ସରିଥିଲେ ବି ସେମାନଙ୍କୁ ଅନ୍ୟ ସ୍ଥାନରେ  ବିଜେଡି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁନାହିଁ। ବିଜେଡି ନେତାଙ୍କର ଏପରି ଦୟନୀୟ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। ଅନ୍ୟ ପକ୍ଷରେ କୋଣସି ପଦପଦବୀରେ ନଥାଇ ବି ପାଣ୍ଡିଆନ ବିଜେଡି ଉପରେ ସଂପୂର୍ଣ୍ଣ କର୍ତ୍ତୃତ୍ବ ଜାହିର କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ।

ଏକ ଡିଜିଟାଲ ମିଡିଆକୁ ସାକ୍ଷାତକାର ଦେଇ ସେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ସତ ହୋଇଥିଲେ ପାଣ୍ଡିଆନ୍ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କହିଛନ୍ତି ରୁବେନ୍ ବାନାର୍ଜୀ। ସେହିପରି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଜୁ ବାବୁଙ୍କର ଶେଷ ଭିଡିଓ ଇଣ୍ଟରଭ୍ୟୁ। ଯେଉଁଥିରେ ସେ କହିଛନ୍ତି କିପରି ହେବ ତାଙ୍କ ଉତ୍ତରାଧିକାରୀ। ଏ ପ୍ରସଙ୍ଗରେ ବି ଶାସକ ଦଳକୁ ଘେରିଛନ୍ତି ରୁବେନ୍ ବାନାର୍ଜୀ। ସେପଟେ ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି ଚିଲିକା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ପ୍ରତି ସଭାମଞ୍ଚରେ ପାଣ୍ଡିଆନଙ୍କ ବ୍ୟବହାର ଏହାକୁ ନେଇ ବି ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 


 

Argus Whatsapp Channel Mobile Top
Sponsored
Senior journalist Ruben Banerjee's concern about the situation of BJD leaders | Argus News