ବହି କିଣାକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ କଟାକ୍ଷ

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୋଟ୍ ପୂର୍ବ ଦିନ ବହି କିଣାକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ କଟାକ୍ଷ । ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଚିନ୍ତା ବ୍ୟକ୍ତ ପରେ ବହି ଦୋକାନ ଯାଇ ବହି କିଣି ଫଟୋ ଉଠାଇବା ଉଦ୍ଦେଶ୍ୟ ବୋଲି ରୁବେନ ଏକ୍ସ ପୋଷ୍ଟରେ କଟାକ୍ଷ କରିଛନ୍ତି । ଆଉ ଏକ ଏକ୍ସରେ ପୋଷ୍ଟ କରି ନବୀନଙ୍କ ପୁରୁଣା ଟୁଇଟକୁ ସାମ୍ନାକୁ ଆଣିଛନ୍ତି ରୁବେନ୍ । ରୁବେନ୍ କହିଛନ୍ତି, ନବୀନ ଫଟୋ ଉଠାଇବା ପାଇଁ ବହି କିଣିଛନ୍ତି । କାରଣ 2021 ମସିହାରେ ଏହି ପୁସ୍ତକ ତାଙ୍କୁ ଉପହାର ଆକାରରେ ଦିଆଯାଇଥିଲା ।
ଲୋକାୟୁକ୍ତ ସଦସ୍ୟ ଡକ୍ଟର ଦେବବ୍ରତ ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଜି ଯେଉଁ ପୁସ୍ତକ କିଣିଛନ୍ତି, ସିକ୍ରେଟ୍ସ-ଅଫ୍-ଶିମିଳିପାଳ ଏହି ଉପହାର ପାଇବା ପରେ ବହି ଲେଖକଙ୍କ ଉଦ୍ୟମକୁ ପ୍ରଶଂସା କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର 2021 ମସିହାର ଏକ ପୋଷ୍ଟକୁ ଲୋକଲୋଚନକୁ ଆଣିଛନ୍ତି ରୁବେନ୍ । ଏହା ନବୀନଙ୍କ ବହି କିଣା ବହି ପଢ଼ିବା ପାଇଁ ନୁହେଁ, ଫଟୋ ଉଠାଇ ନିଜ ସ୍ବାସ୍ଥ୍ୟ ଭଲ ବୋଲି ବାର୍ତ୍ତା ଦେବା ଉଦ୍ଦେଶ୍ୟ । 2021 ମସିହାର ନିଜ ଉପହାର ପାଇଥିବା ବହିକୁ କିଣିବା ନବୀନଙ୍କ ମିଛ ଧରା ପକାଇଛି । ବହି କିଣିବାକୁ ଯାଉଥିବା ବେଳେ ସରକାରୀ କାମ କାହିଁକି ସେ ନିଜ ଘରୁ କରୁଛନ୍ତି ଓ କଦବା କୋଚିତ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଉଛନ୍ତି, ତା ଉପରେ କିଛି କାହିଁକି କହୁନାହାନ୍ତି ବୋଲି ବାନାର୍ଜୀ ପ୍ରଶ୍ନ ଉଠାଇଛନ୍ତି । ରୁବେନଙ୍କ ପୋଷ୍ଟର ପ୍ରତ୍ୟୁତରରେ ନିଶାନ୍ତ ନିହାର କହିଛନ୍ତି ଆସନ୍ତାକାଲି ମୟୂରଭଞ୍ଜ ନିର୍ବାଚନ , ସିମିଳପାଳ ତୋ ବନତା ହୈ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: