Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଛାଡ଼ିଲେ ଭାସ୍କର ରାଓ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
ବିଜେଡି ଛାଡ଼ିଲେ ଭାସ୍କର ରାଓ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

Key Points

ବିଜେଡିରୁ ଇସ୍ତଫା ଦେଲେ ଏନ୍ ଭାସ୍କର ରାଓ ।

ସାମ୍ବାଦିକ ସମ୍ମିଳନୀ ଡାକି ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଭାସ୍କର ରାଓ ।

ବିଜେଡିରେ ଆହୁରି ବଢ଼ିଲା କନ୍ଦଳ । ଜିଲ୍ଲା ସଭାପତି ଚୟନକୁ ନେଇ ବଢ଼ିଲା ଅସନ୍ତୋଷ । ଶେଷରେ ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଏନ୍ ଭାସ୍କର ରାଓ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ ଡାକି ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି । ବିଜେଡିରୁ ଇସ୍ତଫା ଦେଇ ବିଜୁ ସ୍ବାଭିମାନ ମଞ୍ଚ ଗଠନ କରିଛନ୍ତି ଭାସ୍କର ରାଓ ।


ଭାସ୍କର ରାଓ କହିଛନ୍ତି, ଜିଲ୍ଲା ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି । ୨୦୨୪ ନିର୍ବାଚନରେ ପରାଜିତ ହୋଇଥିବା ଲୋକଙ୍କୁ ଜିଲ୍ଲା ସଭାପତି କରିବାକୁ ଲୋକେ ଗ୍ରହଣ କରିବେ ନାହିଁ । ରାଜ୍ୟ ସଭାପତି ନିଷ୍ପତ୍ତି ନେଲେ ତାଙ୍କର ସେ ଅଧିକାର ଅଛି। ଆମେ ନବୀନ ବାବୁଙ୍କ ବିରୋଧୀ ନୁହେଁ। ଆମେ ବିଜୁ ପରିବାର ସୈନିକ ହିସାବରେ କାମ କରି ଆସିଛୁ ବୋଲି କହିଛନ୍ତି ଏନ୍ ଭାସ୍କର ରାଓ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୫୧ ବର୍ଷ ହେଲା ରାଜନୀତି କରୁଛି । ଅବିଭକ୍ତ କୋରାପୁଟ ଜିଲ୍ଲା କଂଗ୍ରେସ ଗଡ଼ ଥିଲା, ସେ ସମୟରେ ଲଢେଇ କରିଥିଲୁ । ରାଜନୀତିକୁ ପଛରେ ରଖି, ଆମେ ଜିଲ୍ଲା ଲୋକଙ୍କ ସ୍ୱାର୍ଥ ଆଗ ଦେଖୁ । କାହା ଦ୍ୱାରା ପରିଚାଳିତ ହେବାକୁ ଆମେ ଚାଁହୁନାହୁଁ ବୋଲି କହିଛନ୍ତି ଭାସ୍କର ରାଓ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Leader Resigns Amid Rising Intra-Party Tensions | Argus News