Videos
|
Odisha

ମୋଦି ସୁନାମିରେ ପରାଜୟର ସ୍ବାଦ ଚାଖିଲେ ବିଜେଡିର ବହୁ ହେଭିଓ୍ବେଟ

Smruti Parija
Browse all articles by Smruti Parija
·2 years ago·1 min read
ମୋଦି ସୁନାମିରେ ପରାଜୟର ସ୍ବାଦ ଚାଖିଲେ ବିଜେଡିର ବହୁ ହେଭିଓ୍ବେଟ

ଅର୍ଗସ ବ୍ୟୁରୋ: ମୋଦି ସୁନାମିରେ ବିଜୁ ଜନତା ଦଳର ବହୁ ହେଭିଓ୍ବେଟ ପରାଜୟର ସ୍ବାଦ ଚାଖିଛନ୍ତି । ପାଖାପାଖି ଡଜନେ ମନ୍ତ୍ରୀ ପରାସ୍ତ ହୋଇଛନ୍ତି । ଭୁବନେଶ୍ବର ଏକାମ୍ରରେ ଅଶୋକ ପଣ୍ଡା, ମହାକାଳପଡ଼ାରେ ଅତନୁ ସବ୍ୟସାଚୀ, ଟିଟିଲାଗଡ଼ରେ ଟୁକୁନି ସାହୁ, ବିଜେପୁରରେ ରୀତା ସାହୁ, ଭଞ୍ଜନଗରରେ ବିକ୍ରମ ଆରୁଖ, ବୌଦ୍ଧରେ ପ୍ରଦୀପ ଅମାତ, ସୁକିନ୍ଦାରେ ପ୍ରୀତିରଞ୍ଜନ ଘଡ଼େଇ, କାମାକ୍ଷାନଗରରେ ପ୍ରଫୁଲ୍ଲ ମଲ୍ଲିକ, କରଞ୍ଜିଆରେ ବାସନ୍ତୀ ହେମ୍ବ୍ରମ, ବିଷମକଟକରେ ଜଗନ୍ନାଥ ସାରକା ଓ ମୟୂରଭଞ୍ଜ ଲୋକସଭାରୁ ସୁଦାମ ମାର୍ଣ୍ଡି ପରାଜିତ ହୋଇଛନ୍ତି । 

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରି ଯାଇଛନ୍ତି । ସେହିପରି ଜଗତସିଂହପୁରର ରାଜଶ୍ରୀ ମଲ୍ଲିକ ପରାଜିତ ହୋଇଛନ୍ତି । 

ବିଜେପିର ବଡ଼ ବିଜୟ ପରେ ଦିଲ୍ଲୀ ଗଲେ କେନ୍ଦ୍ର ମନ୍ତ୍ରୀ

ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବ ବିଜେପି। ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ରାଜଧାନୀ ଭୁବନେଶ୍ବର ସ୍ଥିତ ପାର୍ଟି ଅଫିସରେ ଦଳୀୟ କର୍ମୀଙ୍କ ଆରମ୍ଭ ହୋଇଯାଇଛି ଜୋରଦାର ସେଲିବ୍ରେସନ। ବାଜା ବାଣରେ ପ୍ରକମ୍ପିତ ହେଉଛି ରାଜ୍ୟ ବିଜେପି ମୁଖ୍ୟାଳୟ। ଓଡ଼ିଶାବାସୀ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳୀୟ କର୍ମୀ କୃତଜ୍ଞତା ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...